ଭୁବନେଶ୍ୱର,ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ହତ୍ୟାର ସିବିଆଇ ଏନକ୍ୱାରୀ ଏବଂ ୨୫ ବର୍ଷ ହେବ କେନ୍ଦୁଝର ଜେଲ୍ରେ ସଜ୍ଜା କାଟୁଥିବା ହିନ୍ଦୁ ନେତା ଦାରାସିଂ ଙ୍କୁ ସଜ୍ଜା ମୁକ୍ତ କରାଇବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଅନୁରୋଧ ଜଣାଇଛନ୍ତି ଇଂ. ଦେବାଶିଷ ହୋତାଙ୍କ ଡାକରାରେ ଭୂବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଥିବା ଓଡିଶାର ସମସ୍ତ ଜିଲ୍ଲାର ହଜାର ହଜାର ସତ୍ୟ ସନାତନୀ ।
ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ସିବିଆଇ ଏନକ୍ୱାରୀ ପାଇଁ ଇଂ ହୋତା ହାଇକୋର୍ଟରେ ଗତ ୧୮ ଡିସେମ୍ବର ୨୦୨୩ ଦିନ ଏକ କେସ ଫାଇଲ୍ କରିବା ପରେ ଗତ ୨ ଜାନୁୟାରୀ ୨୦୨୪ ଦିନ ମାନ୍ୟବର ହାଇକୋର୍ଟ ବିଚାରପତି ଶ୍ରୀଯୁକ୍ତ ଚିତରଂଜନ ଦାଶ ଏହି କେସର ଶୁଣାଣୀ ସମୟରେ ଇଂ ହୋତାଙ୍କ ବଳିଷ୍ଠ ଯୁକ୍ତି ଶୁଣି ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ସିବିଆଇ ଏନକ୍ୱାରୀ କାହିଁକି କରା ନ ଯିବ ସେଥିପାଇଁ ୫ ମାର୍ଚ୍ଚ ୨୦୨୪ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ର୍ନିେଶ ଦେଇଥିଲେ ।
ସିବିଆଇ ତଦନ୍ତକୁ ବିରୋଧ କରି ବିଜେଡି ପରିଚାଳିତ ତକ୍ରାଳୀନ ରାଜ୍ୟ ସରକାର ପ୍ରଦାନ କରିଥିବା ସତ୍ୟପାଠ ଟି କେସ୍ ଫାଇଲ୍ ରୁ ହଜିଯାଇଥିବାରୁ ହାଇକୋର୍ଟ ରେଜିଷ୍ଟ୍ରି କୁ ଏହା ଖୋଜି ବାହାର କରିବା ନିମନ୍ତେ ଗତ ୧୫ ଏପ୍ରିଲ୍୍ ଦିନ ର୍ନିେଶ ଦେଇଥିଲେ ମାନ୍ୟବର ହାଇକୋର୍ଟ ଙ୍କ ଆଉ ଜଣେ ବିଚାରପତି ଶ୍ରୀଯୁକ୍ତ ଭି ନରସିଂହ ।
ଗତ ୧୬ ଜୁଲାଇ ଦିନ ଏହି ମାମଲାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଙ୍କ ଅନ୍ୟ ଜଣେ ବିଚାରପତି ଶ୍ରୀଯୁକ୍ତ ଗୌରିଶଙ୍କର ସତପଥୀ, ଇଂ. ହୋତା ଙ୍କ ଭଳି ଜଣେ ସାଧାରଣ ଲୋକଙ୍କ ଦ୍ୱାରା କରାଯାଇଥିବା ଏହି କେସ୍ ର ମେଣ୍ଟେନେବିଲିଟି ଉପରେ ଇଂ. ହୋତା ଙ୍କୁ ପ୍ରଶ୍ନ କରିଥିଲେ । ଇଂ ହୋତା ନିଜର ଯୁକ୍ତିରେ ଦର୍ଶାଇଥିଲେ ଯେ, ପୁର୍ବରୁ ହୋଇଥିବା କ୍ରାଇମ୍ ବ୍ରାଂଚ ତଦନ୍ତ ଏକପାଖିଆ ଭାବରେ ନିମ୍ନ କାରଣଗୁଡିକୁ ନ ନେଇ କରାଯାଇଥିବାରୁ ସିବିଆଇ ଏନକ୍ୱାରୀ ଜରୁରୀ । ଗତ ୨୩ ଅଗଷ୍ଟ ୨୦୦୮ ସକାଳେ ସୁରକ୍ଷାରେ ଥିବା ରାଜ୍ୟ ପୋଲିସ୍ ଲକ୍ଷ୍ମଣାନନ୍ଦଙ୍କୁ ଛାଡି ଚାଲିଯିବା, ୧୫ ଅଗଷ୍ଟ ୨୦୦୮ ଦିନ ୟୁପିଏ ସରକାର ସୁରକ୍ଷାରେ ଥିବା ସିଆରପିଏଫ୍କୁ ନେଇଯିବା, ପୋଲିସ୍ ଡିଜି ୨୪ ଘଣ୍ଟା ନ ପୁରୁଣୁ ମାଓବାଦୀ ଲିଙ୍କ ଦେଖାଇବା, ଖ୍ରୀଷ୍ଟିଆନଙ୍କ ଧର୍ମାନ୍ତରଣ, ଗୋହତ୍ୟା, କନ୍ଧ ଆଦିବାସୀଙ୍କ ଭାଷା କୁଇକୁ କଂଗ୍ରେସ ରାଜ୍ୟସଭା ସାଂସଦ ରାଧାକାନ୍ତ ନାଏକଙ୍କ ଦ୍ୱାରା ୟୁପିଏ ସରକାରକୁ ପ୍ରଭାବିତ କରି ବେଆଇନ ଭାବେ ଆଦିବାସୀ ମାନ୍ୟତା ଦିଆଇ କନ୍ଧ ଆଦିବାସୀଙ୍କ ଜମି ଓ ଅନ୍ୟାନ୍ୟ ଅଧିକାରକୁ ଛଡାଇ ନେବା ତଥା ଖ୍ରୀଷ୍ଟିଆନଙ୍କର ଏସବୁ ବେଆଇନ କାମ ବିରୋଧରେ ଲକ୍ଷ୍ମଣାନନ୍ଦଙ୍କର ଦୀର୍ଘବର୍ଷର ସମାଜସେବାକୁ ଜାଣିଶୁଣି କ୍ରାଇମ୍ ବ୍ରାଂଚ ତଦନ୍ତ ପରିସରକୁ ନ ନେବା ସନେ୍ଦହର ମୁଖ୍ୟ କାରଣ ।
ବିଜେଡି ପରିଚାଳିତ ତକ୍ରାଳୀନ ରାଜ୍ୟ ସରକାରଙ୍କର ବିଭିନ୍ନ ସଂସ୍ଥା କରିଥିବା ତଦନ୍ତ ଅନୁସାରେ ଗତ ୨୦୧୩ ରୁ ଫୁଲବାଣୀ କୋର୍ଟ ୭ ଜଣ ବ୍ୟକ୍ତିଙ୍କୁ ସଜ୍ଜା ଦେଇଛନ୍ତି । ସେହି ୭ ଜଣ ୨୦୧୯ ରୁ ବେଲ୍ ପାଇ ପଦାରେ ବୁଲୁଛନ୍ତି । ଏଥିସହିତ ବିଚାର ବିଭାଗୀୟ କମିଶନଙ୍କ ରିପୋର୍ଟକୁ ଗତ ୨୦୧୫ ମସିହାରୁ ବିଜେଡି ପରିଚାଳିତ ତକ୍ରାଳୀନ ରାଜ୍ୟ ସରକାର ସାର୍ବଜନୀନ ନ କରିବା ସନେ୍ଦହକୁ ବଢାଇ ଚାଲିଛି ।
ଗତ ୧୬ ଜୁଲାଇର ଆଦେଶ ଅନୁସାରେ ୧୬ ଅଗଷ୍ଟ ଦିନ ଏହି ମାମଲାର ଶୁଣାଣି ପାଇଁ ଇଂ. ହୋତା ସମ୍ପୂର୍ଣ ପ୍ରସ୍ତୁତ ଥିବାବେଳେ ବିଚାରପତି ଶ୍ରୀଯୁକ୍ତ ଗୌରିଶଙ୍କର ସତପଥୀଙ୍କ କୋର୍ଟ ରେ ସବ୍ୟସାଚୀ ପାଙ୍କ କେସ୍ ଆଇଟମ୍ ନମ୍ବର ୨୯ ପରେ କେସ୍ ସିରିଏଲ୍ ନମ୍ବର ଅନୁସାରେ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ସିବିଆଇ ତଦନ୍ତ କେସ୍ ଲିଷ୍ଟ୍ କୁ ନ ଉଠିବା ଓଡିଆଙ୍କ ମନରେ ସନେ୍ଦହକୁ ବହୁଗୁଣିତ କରିଛି ।
ଗତ ଦେଢ ବର୍ଷ ପୁର୍ବରୁ ୫ ଏପ୍ରିଲ ୨୦୨୩ ଦିନ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପନାୟକ ଇଂ. ହୋତାଙ୍କର ଗତ ୧୦ ମାର୍ଚ୍ଚ ୨୦୨୩ ଭୂବନେଶ୍ୱର ଆନେ୍ଦାଳନ ଏବଂ ସମସ୍ତ ଜିଲ୍ଲା ଗସ୍ତ କରିଥିବା ୪୦୭୭ କିଲୋମିଟରର ଅଖ ଜ୍ୟୋତି ଯାତ୍ରା ଯୋଗୁଁ ବାଧ୍ୟ ହୋଇ ଲକ୍ଷ୍ମଣାନନ୍ଦ ଙ୍କ ହତ୍ୟାକାର ପୁଣିଥରେ କ୍ରାଇମ୍ ବ୍ରାଂଚ ତଦନ୍ତ ଆଦେଶ ଦେଇଥିଲେ ମଧ୍ୟ ଏଥିରେ ସନ୍ତୁଷ୍ଟ ନ ହୋଇ ଇଂ. ହୋତା ଏହି କେସ୍ ଟି ଦାୟର କରିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ କେନ୍ଦୁଝର ଜିଲ୍ଲା ମନୋହରପୁରରେ ୧୯୯୯ ମସିହା ଗ୍ରାହମ୍ଷ୍ଟେନ୍ସ୍ ହତ୍ୟାର ଷଡଯନ୍ତ୍ରକାରୀ ବୋଲି ହିନ୍ଦୁ ନେତା ଦାରାସିଂ ୨୫ ବର୍ଷ ହେବ କେନ୍ଦୁଝର ଜେଲ୍ରେ ସଜ୍ଜା କାଟୁଥିବାବେଳେ ୨୦୦୮ ମସିହା ଲକ୍ଷ୍ମଣାନନ୍ଦ ହତ୍ୟାର ଷଡଯନ୍ତ୍ରକାରୀ କନ୍ଧମାଳ ଜିଲ୍ଲା ଖ୍ରୀଷ୍ଟିଆନ ନେତା ସ୍ୱରୁପାନନ୍ଦ ପାତ୍ରର ପୁଅ ସସ୍ମିତ୍ ବିଜେଡି ରାଜ୍ୟସଭା ଏମ୍ପି ଭାବରେ କାହିଁକି ଖୋଲା ବୁଲୁଛି ବୋଲି ଇତ୍ୟବସରରେ ଇଂ ହୋତା ପ୍ରଶ୍ନ କରିଛନ୍ତି ।