ନୂଆଦିଲ୍ଲୀ-ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଂଟକୁ ନିଶାନା ସାଧିଛି ବିଜେପି । ଶନିବାର ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ପାର୍ଟିର ମହାସଚିବ ଓ ଜମ୍ମୁ ଏବଂ କଶ୍ମୀରର ପ୍ରଭାରୀ ତରୁଣ ଚୁଘ କହିଛନ୍ତି ନ୍ୟାସନାଲ କନଫରେନ୍ସର ଘୋଷଣାପତ୍ରରେ ସ୍ପଷ୍ଟ ଭାବେ ରାଜ୍ୟରେ ଆତଙ୍କବାଦ ଓ ବିଛ୍ଚିନ୍ନତାବାଦକୁ ସ୍ଥାପନ କରିବାକୁ ଉଦ୍ୟମ ଦେଖାଯାଉଛି । ଏହି ଘୋଷଣାପତ୍ରରେ ଅନୁଚ୍ଛେଦ 370 ଓ 35 –ଏ କୁ ପୁଣି ଥରେ ଫେରାଇ ଆଣିବାରର ଷଡଯନ୍ତ୍ର ସ୍ପଷ୍ଟ ଭାବେ ଦେଖାଯାଉଛି । ପ୍ରଭାରୀ ତରୁଣ ଚୁଘ କହିଛନ୍ତି ଯେ, ପୂର୍ବରୁ ବି କଂଗ୍ରେସ ଅନେକ ଭୁଲ କରିଛି ଏବଂ ପୁଣି ଥରେ ଏହି ଭୁଲକୁ ଦୋହରାଯାଉଛି । କଂଗ୍ରେସକୁ ଜବାବ ଦେବାକୁ ପଡିବ ଯେ, ଅନୁଚ୍ଛେଦ 370 ଓ 35-ଏ ଉପରେ ସେମାନଙ୍କ ଆଭିମୁଖ୍ୟ କଣ । ଦେଶ ଜାଣିବାକୁ ଚାହୁଁଛି ଯେ, କାହିଁକି କଂଗ୍ରେସ ଜମ୍ମୁ କଶ୍ମୀରରେ ଦୁଇ ପ୍ରଧାନମନ୍ତ୍ରୀ, ଦୁଇଟି ପତାକା, ଦୁଇଟି ସମ୍ବିଧାନର ଯୁଗ ଫେରାଇ ଆଣିବାକୁ ଚାହୁଁଛି ।
Related Stories
October 6, 2024