ଶ୍ରୀନଗର-ଜମ୍ମୁ କଶ୍ମୀରର ବାରମୂଳା ଜିଲ୍ଲାରେ ଆଜି ସକାଳେ 4.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ୍ସରେ ଏହି ସୂଚନା ଦିଆଯାଇଛି । ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ସକାଳ 6.45 ମିନିଟରେ ବାରମୂଳା ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ଅକ୍ଷାଂଶ 34.17 ଏନ.ଦେଶାନ୍ତର 74.16 ଇ ଓ 5 କିଲୋମିଟର ଗଭୀର ତଳେ ଥିଲା । ଭୂକମ୍ପ ଯୋଗୁ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
Related Stories
October 6, 2024