ନୁଆଦିଲ୍ଲୀ -ସମଗ୍ର ଦକ୍ଷିଣ ଚୀନ ସାଗର ଉପରେ ଜାହାଜ ନିୟନ୍ତ୍ରଣକୁ ନେଇ ଫିଲିଫାଇନ୍ସ ସହିତ ଚୀନର ବିବାଦ । ଏହାରି ମଧ୍ୟରେ ଚୀନ ଫିଲିଫାଇନ୍ସ ବିରୋଦ୍ଧରେ ଏକ ବଡ ଅଭିଯୋଗ ଆଣି କହିଛି ଯେ ଫିଲିଫାଇନ୍ସ ଚତୁରତାର ସହ ଦକ୍ଷିଣ ଚୀନ ସାଗରରେ ଚୀନ ଜାହାଜକୁ ଧକ୍କା ଦେଇଛି।ସୋମବାର ଜାରି ବିବୃତି ଅନୁସାରେ ଚୀନ କହିଛି ଯେ ଫିଲିଫାଇନ୍ସ ବାରମ୍ବାର ଚୀନର ଚେତାବନୀକୁ ଅଣଦେଖା କରିଛି। ଚୀନ କୋଷ୍ଟଗାର୍ଡ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଘଟଣାର ଏକ ସଂକ୍ଷିପ୍ତ ଭିଡିଓ ମୁତାବକ ସୋମବାର ସକାଳ 3ଟା 24 ରେ ଦୁଇ ଦେଶର ଜାହାଜ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଚୀନ କୋଷ୍ଟଗାର୍ଡ ମୁଖପାତ୍ର ଗାଣୟୁଙ୍କ ଅନୁଯାୟୀ ସୋମବାର ଫିଲିଫାଇନ୍ସର ଦୁଇଟି ତଟରକ୍ଷୀ ବାହିନୀ ବିନା ଅନୁମତିରେ ସବିନା ଶୋଲ ନିକଟରେ ଥିବା ଜଳ ଭିତରକୁ ବେଆଇନ ଭାବେ ପ୍ରବେଶ କରିଥିଲେ।ଗାଣୟୁ କହିଛନ୍ତି ଫିଲିଫାଇନ୍ସ ଆମକୁ ବାରମ୍ବାର ଉତ୍ତେଜିତ କରି ସମସ୍ୟା ସୃଷ୍ଟି କରିଛି।ଚୀନ ଓ ଫିଲିଫାଇନ୍ସ ମଧ୍ୟରେ ଅସ୍ଥାୟୀ ବ୍ୟବସ୍ଥା ଉଲଙ୍ଘନ କରାଯାଇଛି। ଚୀନର କୋଷ୍ଟଗାର୍ଡ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଆଇନ ଅନୁଯାୟୀ ଫିଲିଫାଇନ୍ସର ଜାହାଜ ବିରୋଧରେ ପଦକ୍ଷେପ ଗ୍ରହଣ କରିଛନ୍ତି।ଫିଲିଫାଇନ୍ସ ଏହାର ଉଲଂଙ୍ଘନ ଓ ଉତ୍ତେଜନା ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦେଇଛି।
Related Stories
October 9, 2024