ନୂଆଦିଲ୍ଲୀ– ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର ରବିବାର କୁଏତ ଯାତ୍ରାରେ ପହଂଚିଛନ୍ତି । ବୈଦେଶିକ ମନ୍ତ୍ରୀ ଏକ୍ସରେ କୁଏତର ବୈଦେଶିକ ମନ୍ତ୍ରୀ ଅବଦୁଲା ଅଲି ଅଲ ଯାହୟାଙ୍କ ବିପୁଳ ସ୍ୱାଗତ ନେଇ ଧନ୍ୟବାଦ ଜଣାଇଛନ୍ତ ଏବଂ କହିଛନ୍ତି ଯେ, ସେ କୁଏତ ନେତୃତ୍ୱ ସହିତ ଆଲୋଚନା ପାଇଁ ଉତ୍ସାହୀ । ଏହି ଯାତ୍ରା ସମୟରେ ବୈଦେଶିକ ମନ୍ତ୍ରୀ ଡ.ଜୟଶଙ୍କର କୁଏତର ବୈଦେଶିକ ମନ୍ତ୍ରୀ ଅବଦୁଲା ଅଲି ଅଲ ୟାହୟାଙ୍କୁ ସାକ୍ଷାତ କରିବେ । ସେ କୁଏତର ଶୀର୍ଷ ନେତୃତ୍ୱକୁ ଭେଟିବାର ମଧ୍ୟ ଆଶା ରହିଛି । ବୈଦେଶିକ ମନ୍ତ୍ରାଳୟ ଅନୁସାରେ ବୈଦେଶିକ ମନ୍ତ୍ରୀଙ୍କ ଯାତ୍ରାରେ ଦୁଇପକ୍ଷକୁ ରାଜନୈତିକ, ବାଣିଜ୍ୟ, ନିବେଶ, ଶକ୍ତି, ସୁରକ୍ଷା, ସାଂସ୍କୃତି, କାଂସୁଲର ଓ ଲୋକଙ୍କ ମଧ୍ୟରେ ସଂପର୍କ ସହିତ ଦ୍ୱିପାକ୍ଷିକ ସଂପର୍କର ବିଭିନ୍ନ ପଦକ୍ଷେପର ସମୀକ୍ଷା କରିବା ସହିତ ପାରସ୍ପରିକ ହିତରେ ଆଂଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବିଚାରର ଆଦାନ-ପ୍ରଦାନ ପାଇଁ ସହାୟତା ମିଳିବ ।
Related Stories
October 6, 2024