ଶିମଲା– ହିମାଚଳ ପ୍ରଦେଶରେ ବର୍ଷାର କହର କମିବାର ନାଁ ନେଉନାହିଁ । ବର୍ଷା ଯୋଗୁ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇ ଅନେକ ରାସ୍ତା ଅବରୋଧ ହୋଇଛି, ଯାହାକି ଏବେ ଯାଏ ସଜଡା ହୋଇନାହିଁ । ଫଳରେ ବିଭିନ୍ନ ଅଂଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ଆଗାମୀ ତିନି ଦିନ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି । ମଧ୍ୟପାର୍ବତୀୟ ଅଂଚଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟ ଜରୁରୀକାଳୀନ ପରିଚାଳନ କେନ୍ଦ୍ରର ରିପୋର୍ଟ ମୁତାବକ ରବିବାର ଏକ ନ୍ୟାସନାଲ ହାଇୱେ ଓ 95ଟି ରାସ୍ତା ଭୂସ୍ଖଳନ କାରଣରୁ ଠପ୍ ରହିଛି । ଏହା ବ୍ୟତୀତ 47ଟି ବିଦ୍ୟୁତ ଟ୍ରାନ୍ସଫର୍ମ ଓ 35ଟି ପାନୀୟ ଜଳ ପ୍ରକଳ୍ପ ଠପ୍ ହୋଇପଡିଛି । କୁଲୁରେ 33ଟି, ମଣ୍ଡିରେ 23, କାଙ୍ଗଡାରେ 10, ଚମ୍ବା ଓ କିନୌରରେ ଦୁଇଟି ହମିରପୁର ଓ ଉନାରେ ଗୋଟିଏ ଗୋଟିଏ ରାସ୍ତା ଅବରୋଧ ହୋଇଛି ।
Related Stories
October 9, 2024
October 9, 2024