ଖୋର୍ଦ୍ଧା– ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ସହକାରୀ କମିସନର ବିନୟ ଭୂଷଣ ତ୍ରିପାଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ସରକାରୀ ଟିକସ ହେରଫେର ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ପ୍ରାୟ ୫ ଲକ୍ଷ ୮୫ ହଜାର ଟଙ୍କାର ରାଜସ୍ବ ହେରଫେର କରିଥିବା ଜଣାପଡ଼ିବା ପରେ ଛାନଭିନ କରିଥିଲା ଭିଜିଲାନ୍ସ ଟିମ୍। ଭୁବନେଶ୍ଵର ଓ ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ହୋଇଥିଲା।
ସୂଚନା ଥାଉକି, ଗତକାଲି ଜିଏସଟି ଅତିରିକ୍ତ କମିସନର ବିନୟ ଭୂଷଣ ତ୍ରିପାଠୀଙ୍କ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ଵର ପଞ୍ଚାୟତ ଅଧୀନସ୍ଥ ପଦ୍ମପୁର ଗ୍ରାମ , କଟକ,ଭୁବନେଶ୍ବର, ଓ କେନ୍ଦ୍ରାପଡ଼ା ସମେତ ୫ଟି ଜାଗାରେ ଏକକାଳୀନ ଚଢ଼ଉ ଚାଲିଥିଲା। ତେବେ ଜଣେ ବ୍ୟବସାୟୀଙ୍କୁ ଜିଏସଟି ରେଡରୁ ମୁକୁଳାଇବା ନିମନ୍ତେ ସେ ୩ ଲକ୍ଷ ଦାବି କରି ବିନୟ ଭୂଷଣ ତ୍ରିପାଠୀ ଅଢେଇ ଲକ୍ଷ ଟଙ୍କା ନେଇଥିଲେ ବୋଲି ଅଭିଯୋଗ ହୋଇଛି।