ଗାନ୍ଧୀନଗର– ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବିଶ୍ଵ ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ୟୁନିଟି ସହିତ ବଡ଼ଦୋରାକୁ ସଂଯୋଗ କରୁଥିବା ମାର୍ଗକୁ ହାଇସ୍ପିଡ କରିଡ଼ର ରୂପେ ବିକଶିତ କରାଯିବା କାର୍ଯ୍ୟ ନିମନ୍ତେ ୩୮୧.୧୬ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ସରବୋର ବନ୍ଧରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶ୍ଵର ସବୁଠୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟିର ସମଗ୍ର ପରିସର ବିଶ୍ଵବ୍ୟାପୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଏବଂ ଏହାକୁ ଦେଖିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ପର୍ଯ୍ୟଟକ ମାନଙ୍କୁ ଏଠା ପର୍ଯ୍ୟନ୍ତ ପହଂଚାଇବା ଏବଂ ସମଗ୍ର ଅଂଚଳରେ ପର୍ଯ୍ୟଟନର ବିକାଶକୁ ଗତି ଦେବା ଉଦ୍ଦେଶ୍ୟରେ ଏହି ହାଇସ୍ପିଡ କରିଡ଼ରର ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି ।
ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ବଡ଼ୋଦରା ଜାତୀୟ ରାଜପଥ ନଂ ୪୮ ଜଙ୍କସନ୍ ରୁ ବଡ଼ୋଦରା ନଗରିୟ ବିକାଶ ପ୍ରାଧିକରଣ (ବୁଡା)ର ସୀମା ପର୍ଯ୍ୟନ୍ତ ୬ ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ ତଥା ଦୁଇ ପାର୍ଶ୍ଵରେ ସର୍ଭିସ୍ ରୋଡ଼ ର କାର୍ଯ୍ୟ, ବୁଡା ସୀମାରୁ ଡଭୋଇ ପର୍ଯ୍ୟନ୍ତ ମୋଟ୍ ସଡ଼କ ପଥରେ ବଳକା ବଂଚିଥିବା ୨.୫ କି.ମି. ଲମ୍ବା ସଡ଼କର ଷ୍ଟାଣ୍ଡାର୍ଡ ୪ ଲାଇନ୍ ବିଶିଷ୍ଟ କରାଯିବ ।