ପୁରୀ,ନୂଆ ଡିଜିପି ୱାଇ.ବି. ଖୁରାନିଆ ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କ ଧର୍ମପତ୍ନୀଙ୍କ ସହ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଦର୍ଶନ କରି ଫେରିବା ସମୟରେ ସିଂହଦ୍ଵାର ଠାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ପ୍ରାଥମିକତା ଦିଆଯିବ । ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଆମ ରାଜ୍ୟ ପାଇଁ ସମ୍ମାନ ହେବ ।
ଡିଜିପି ୱାଇ.ବି. ଖୁରାନିଆଙ୍କ ଦର୍ଶନ ସମୟରେ ତାଙ୍କ ସହିତ ପୁରୀ ଏସପି ପିନାକ ମିଶ୍ର ଏବଂ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀ ଖୁରାନିଆ ୧୯୯୦ ବ୍ୟାଚ୍ ର ଆଇପିଏସ ଭାବେ ଯୋଗ ଦେଇଥିଲେ ।