ଭୁବନେଶ୍ୱର– ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବାରୁ ଓଡ଼ିଆ ସିନେମା ‘ଦମନ’ର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସମସ୍ତ କଳାକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ଦମନ’ ବେଷ୍ଟ ଓଡ଼ିଆ ଫିଚର ଫିଲ୍ମ ଭାବେ ଘୋଷିତ ହୋଇଥିବାରୁ ଦମନର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ଜଣାଉଛି।
ଦମନ ସିନେମାକୁ କେବଳ ଓଡ଼ିଶାବାସୀ ନୁହେଁ ସାରା ଭାରତର ଲୋକ ପସନ୍ଦ କରିଥିଲେ । ଏଥିରେ ପ୍ରଦର୍ଶିତ ମ୍ୟାଲେରିଆ ରୋଗ ଦମନ ପାଇଁ ବିଚ୍ଛିନ୍ନାଂଚଳରେ ଏକ ଯୁବ ଡାକ୍ତରଙ୍କର ପ୍ରୟାସ ପ୍ରେରଣାଦାୟୀ।