ଭୁବନେଶ୍ୱର -ଆଖି ଆମ ଶରୀରର ଏକ ମହତ୍ୱପୁର୍ଣ୍ଣ ଅଙ୍ଗ।ଯାହା ସାହାଯ୍ୟରେ ଆମେ ଦୁନିଆ ଦେଖିଥାଉ।ବର୍ଷା ଦିନେ ଆଖିର ସଂକ୍ରମଣ ଅଧିକ ଦେଖାଯାଇଥାଏ।କାହିଁକିନା ଏହି ସମୟରେ ବାୟୁରେ ଜୀବାଣୁ ଅଧିକ ଘୁରି ବୁଲନ୍ତି ଯାହା ଦ୍ୱାରା ଫଙ୍ଗସ ସଂକ୍ରମଣ ହୋଇଥାଏ।ଅଧିକାଂଶ ଲୋକ ସଂକ୍ରମଣ ହେତୁ ଆଖିକୁ ରଗଡିଥାନ୍ତି।ଆଖୁକୁ ରଗଡିବା ଦ୍ୱାରା କିଛି ସମୟ ପାଇଁ ଆରାମ ମିଳିଥାଏ।କିନ୍ତୁ ବାରବାର ଏଭଳି କରିବା ଦ୍ୱାରା ଆମର କ୍ଷତି ହୋଇଥାଏ।
ଲୋକମାନେ ନିଜ ଆଖି କାହିଁକି ରଗଡନ୍ତି
ଆଖିକୁ ରଗଡିବାର ବହୁତ କାରଣ ଥାଇପାରେ।ଯେତେବେଳେ ଆମ ଆଖି କୁଣ୍ଡାଇ ହୋଇଥାଏ ଆମେ ଆମ ଆଖିକୁ ରଗଡି ରଗଡି ଥକି ଯାଆନ୍ତି ।ଆମ ଆଖିରେ ଆଖିପତ୍ତା ଲାଗିବା ଭଳି ଲାଗିଥାଏ।କିଛି ଲୋକଙ୍କର ଆଖି ରଗଡିବା ଅଭ୍ୟାସରେ ପରିଣତ ହୋଇଯାଇଥାଏ।ଯେଉଁ ପିଲାମାନେ ଆଖିକୁ ଅଧିକ ରଗଡନ୍ତି ସେମାନଙ୍କର କର୍ଣ୍ଣିଆର ଆକାର ବଦଳି ଯାଇଥାଏ।ଆଖିର ରକ୍ତବାହୀ ଗୁଡିକ ବହୁତ ସୁକ୍ଷ୍ମ।ଆଖି ରଗଡିବା ଦ୍ୱାରା ଆଖିର ପାତ୍ର ଗୁଡିକ ଭାଙ୍ଗିବା ଆରମ୍ଭ କରେ।ଆଖିର ଧଳା ପରଦାରେ ରକ୍ତ ସ୍ରାବ ହୋଇଥାଏ।ଆଖି ଲାଲ ହୋଇଯାଏ।ପିଲାମାନେ ଅଧିକ ଆଖି ଘଷିବା ଦ୍ୱାରା ଡାର୍କ ସର୍କଲ ଦେଖାଯିବା ଆରମ୍ଭ କରେ।ବୟସ୍କ ଲୋକ ବାରମ୍ବାର ଆଖି ଘଷିବା ଦ୍ୱାରା କିରାଟୋକୋନସ ନାମକ ରୋଗ ହୋଇପାରେ ।ଏଥିରେ କର୍ଣ୍ଣିଆର ଉପରିଭାଗ ପତଳା ହୋଇଯାଇପାରେ।ଆଖିରେ କୋଣରେ ଏକ ବଲ୍ବ ଆକୃତିର ସୃଷ୍ଟି କରେ।ଯେଉଁଥିପାଇଁ ଦେଖିବାର ଅସୁବିଧା ହୋଇଥାଏ।ବୟସ୍କ ମାନଙ୍କ ବାରମ୍ବାର ଆଖି ଘଷିବା ଦ୍ୱାରା ଆଖିର ଲିଡ ସମସ୍ୟା ଦେଖା ଦେଇପାରେ। ଏଥ୍ରେ ଏନଟ୍ରୋପିଅନ ଓ ଏକ୍ଟ୍ରୋପିଅନ ଭଳି ରୋଗ ଦେଖାଦେଇଥାଏ।ଏହି ରୋଗରେ ଆଖି ପତ୍ତା ଭିତରକୁ ଯାଏ।ସାଧାରଣତଃ ଏହି ସମସ୍ୟା 40 ବର୍ଷ ପରେ ଦେଖାଯାଏ କାରଣ ଆଖି ପତ୍ତା ଚର୍ମ ସଂଙ୍କୁଚିତ ହେବାକୁ ଲାଗେ।ଲଗାତାର ଲାପଟପ, ଟେବଲେଟ,ମୋବାଇଲ ସ୍କ୍ରିନକୁ ଅନାଇଲେ ଏହା ଆଖିରେ ଚାପ ସୃଷ୍ଟି କରେ।ଯେଉଁଥିପାଇଁ ଆଖି ଶୁଖିବା ଆରମ୍ଭ କରେ ।ଏହାକୁ ଆଡେଇବା ପାଇଁ ଆଖିକୁ କିଛି ସମୟ ବିଶ୍ରାମ ଦିଅନ୍ତୁ।ପ୍ରତି 20 ମ୍ନିଟରେ ଥରେ ସ୍କ୍ରିନରୁ ନଜର ହଟାନ୍ତୁ।ଆଖିକୁ ବିଶ୍ରାମ ଦିଅନ୍ତୁ।କୌଣସି ଜିନିଷକୁ 20 ମିଟର ଦୁରରେ ରଖି ଦେଖନ୍ତୁ।ଏହା ଦ୍ୱାରା ଆଖିକୁ ପର୍ଯ୍ୟାପ୍ତ ବିଶ୍ରାମ ମିଳିବ।ଆଖି ପତ୍ତା ପଡିବା ଉଠିବା ଅକ ପ୍ରାକୃତିକ କ୍ରିୟା।ଏହା ଦ୍ୱାରା ଆଖି ସୁସ୍ଥ ରହିଥାଏ।କିନ୍ତୁ ଯେତେବେଳେ ଆମେ ଲାପଟପ ,ମୋବାଇଲ ସ୍କ୍ରିନ ଦେଖନ୍ତି ସେତେବେଳେ ଆମ ଆଖିର ପଲକ କମ ପଡିଥାଏ ଯାହା ଦ୍ୱାରା ଆଖି ଶୁଖିଲା ହୋଇଯାଇଥାଏ।ତେଣୁ ଆଖିର ଯତ୍ନ ନେବା ଉଚିତ।ବାୟୁରେ ଥିବା ଧୁଳି ଆଖିରେ ପଡି ଯନ୍ତ୍ରଣା ସୃଷ୍ଟି କରିଥାଏ।ତେଣୁ ବାହାରକୁ ଯିବାବେଳେ ଚଷମା ବ୍ୟବହାର କରନ୍ତୁ।ଆପଣଙ୍କ ଆଖିକୁ ଧୁଳି ଓ ମଇଳା ଠାରୁ ରୋକିବା ସହିତ ସୁର୍ଯ୍ୟଙ୍କ କିରଣରୁ ଆଖି ଯେପରି ଶୁଖିଲା ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ।ପର୍ଯ୍ୟାପ୍ତ ନିଦ ଆପଣଙ୍କ ରଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ।ପର୍ଯ୍ୟାପ୍ତ ନିଦ ହେବା ଦ୍ୱାରା ଆଖିକୁ ଆରାମ ମିଳିଥାଏ।ଆଖିକୁ ହାଇଡ୍ରେଟ ରଖିବା ପାଇଁ ଖାଦ୍ୟରେ ଭିଟାମିନ ଓ ଏଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଅନ୍ତର୍ଭୁକ୍ତ କରନ୍ତୁ।ଏଥିପାଇଁ ପ୍ରଚୁର ଗାଜର ,କ୍ୟାପସିକମ,ମୁଳା ସବୁଜ ପନିପରିବା ଖାଆନ୍ତୁ।ପ୍ରତିଦିନ 2 ରୁ 3 ଲିଟର ପାଣି ପିଅନ୍ତୁ।ପାଣି ପିଇବାଦ୍ୱାରା ଆଖି ହାଇଡ୍ରେଟ ରହେ ଓ ଖି କୁଣ୍ଡାଇ ହେବା ଓ ଜଳିବା ସମସ୍ୟା ଦୁର ହୋଇଯାଏ।