ମାଲକାନଗିରି,ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ବାଂଲାଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଓବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଏହି ରାଲି ହୋଇଥିଲା । କାଲିମେଳା ବ୍ଲକ୍ ହିନ୍ଦୁ ଜାଗରଣ ମଞ୍ଚ, କାଲିମେଳା ବଜାର କମିଟି,ଦଣ୍ଡକାରଣ୍ୟ ମହିଳା ମଞ୍ଚ ଏବଂ ସ୍ଥାନୀୟ ଜନ ସାଧାରଣ ମିଶି କାଲିମେଳା ହାଟପଦାରୁ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ତହସିଲ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କାଲିମେଳା ତହସିଲଦାର ରାମକୃଷ୍ଣ ସତ୍ୟରାଜଗୁରୁଙ୍କୁ ପ୍ରଦାନ କରିଥିଲେ। ଏହି ଘଟଣାର ଗୁରୁତ୍ବ ଉପଲବ୍ଧି କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ଘଟଣାକୁ ଉତଥାପନ କରିବା ପାଇଁ ଦାବିପତ୍ର ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ହିଂସାକାଣ୍ଡକୁ ବନ୍ଦ କରାଇବା ଦିଗରେ ପଦକ୍ଷେପ ନେବାକୁ ଅପିଲ କରାଯାଇଛି।
Related Stories
October 10, 2024