ଶିମଲା– ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବର୍ଷା ତାଣ୍ଡବ ରଚିଛି । ବନ୍ୟା ଓ ଭୂସ୍ଖଳନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କିନୌରର ପୁହ ତହସିଲରେ ଫ୍ଲାସଫ୍ଲଡ ଯୋଗୁ ଭୟଙ୍କର ଭୂସ୍ଖଳନ ହୋଇଛି । ପୁହରୁ ରୋରିକ ଯାଏ ଜାତୀୟ ରାଜପଥର ଅନେକ କିଲୋମିଟର ଯାଏ ଭୂସ୍ଖଳନ ହୋଇଛି । ଫଳରେ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବାଦଲ ଫାଟିବା କାରଣରୁ ଫ୍ଲାସଫ୍ଲଡ ଆସିଥିବା କୁହାଯାଉଛି । ତେବେ ହଠାତ୍ ବନ୍ୟା ଆସିବା ଯୋଗୁ କେହି ମୃତାହତ ହୋଇନାହାନ୍ତି । ଅନ୍ୟପଟେ ସିରମୌର ଜିଲ୍ଲାର ଗତକାଲି ରାତିରୁ ହେଉଥିବା ମୂଷଳଧାରାରେ ବର୍ଷା ଯୋଗୁ ଯମୁନା ଓ ମାରକଣ୍ଡା ନଦୀର ଉଗ୍ର ରୂପ ଧାରଣ କରିଛି । ନଦୀ ନାଳ ନିକଟକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
Related Stories
October 9, 2024