ଜମ୍ମୁ– ବାବା ବୁଢା ଅମରନାଥ ଯାତ୍ରା ପାଇଁ ମଙ୍ଗଳବାର ଦିନ ତୀର୍ଥଯାତ୍ରୀଙ୍କ ପ୍ରଥମ ବ୍ୟାଚ ଯାତ୍ରା କରିଛନ୍ତି । ଜମ୍ମୁର ସଂଭାଗୀୟ କମିଶନର ରମେଶ କୁମାର ଓ ଏଡିଜିପି ଜମ୍ମୁ ଆନନ୍ଦ ଜୈନ ଜମ୍ମୁର ଯାତ୍ରୀନିବାସରୁ ଯାତ୍ରାର ଶୁଭାରମ୍ଭ କରିଥିଲେ । କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶର ପ୍ରାୟ 7ଶହ ଲୋକେ ବାବା ବୁଢା ଅମରନାଥଙ୍କ ତୀର୍ଥଯାତ୍ରା ପାଇଁ ଆସିଛନ୍ତି । ଅଗଷ୍ଟ 7ରୁ ଆରମ୍ଭ ହେଉଥିବା ବାବା ବୁଢା ଅମରନାଥ ଯାତ୍ରା ଅଗଷ୍ଟ 20ରେ ଶେଷ ହେବ । ବୁଢା ଅମରନାଥ ମନ୍ଦିର ଜମ୍ମୁର ପୁଂଛ ଜିଲ୍ଲାରେ ରହିଛି । ପୁଂଛ ଓ ରାଜୌରୀ ଅଂଚଳରେ ନିକଟରେ ହୋଇଥିବା ଆତଙ୍କବାଦୀ ଗତିବିଧି କାରଣରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
Related Stories
October 9, 2024