
କନ୍ଧମାଳ– କନ୍ଧମାଳ ଜିଲ୍ଲା କୁଡୁତୁଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରନ୍ସିପାଲ ପ୍ରଭାତ କୁମାର ଜେନାଙ୍କ ବିରୋଧରେ ଛାତ୍ରଛାତ୍ରୀ ଓ ଅଭିବକଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଯୁକ୍ତ ଦୁଇ ପରୀକ୍ଷା ପୁର୍ବରୁ ଅର୍ଥାତ୍ ୭ ମାସରୁ ଉର୍ଦ୍ଧ୍ୱ ସମୟ ହେବ ସେଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମୋବାଇଲ୍ ଫୋନ୍ ଜବତ କରି ରଖିଥିଲେ ପ୍ରିନ୍ସିପାଲ୍ । ଘଟଣା ପରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକ ପିଲାଙ୍କ ମୋବାଇଲ୍ ମାଗିବାରୁ ପ୍ରିନ୍ସିପାଲ୍ ପ୍ରଭାତ କୁମାର ଜେନା ଅଭିଭାବକଙ୍କୁ ମୋବାଇଲ୍ ନଦେଇ ପରୀକ୍ଷା ପରେ ଦିଆଯିବ କହିଥିଲେ । ବର୍ତମାନ ସମୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ସହ ଛାତ୍ରଛାତ୍ରୀ ସାର୍ଟିଫିକେଟ ମଧ୍ୟ ପାଇ ସାରିଲେଣି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକ ନିଜ ମୋବାଇଲ୍ ଫୋନ୍ ପାଇଁ ବାରମ୍ବାର ବିଦ୍ୟାଳୟକୁ ଦୌଡ଼ୁଛନ୍ତି କିନ୍ତୁ ମୋବାଇଲ୍ ଫୋନ୍ ନଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପ୍ରଭାତ କୁମାର ଜେନା ଦୁର୍ବ୍ୟବହାର କରିବା କ.ନୁଆଗାଁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ପୋଲିସର ହସ୍ତକ୍ଷେପ ପରେ କିଛି ଛାତ୍ରଛାତ୍ରୀଙ୍କୁ ମୋବାଇଲ୍ ଫେରାଇଛନ୍ତି । କିନ୍ତୁ ଭଲ ମୋବାଇଲ ଜବତ କରି ଦେବାବେଳେ ଭଙ୍ଗା ମୋବାଇଲ୍ ଫେରାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ସେପଟେ ଛାତ୍ରଛାତ୍ରିଙ୍କୁ ଭଲ ମୋବାଇଲ ଫୋନ୍ ଫେରାଇବା ସହ ପ୍ରଶାସନ ପକ୍ଷରୁ ତଦନ୍ତ କରି ପ୍ରିନ୍ସିପାଲ ପ୍ରଭାତ କୁମାର ଜେନାଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଅଭିଭାବକ । ସେପଟେ ନିଜ ଦୋଷ ଲୁଚାଇବାକୁ ଯାଇ ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶ ପ୍ରକାରେ ମୁଁ କାମ କରିଛି ଏବଂ ପରୀକ୍ଷା ସରିବା ପରେ ମୋ ପାଖରେ ସମୟ ନଥିଲା କହି କଥା ଭୁଲାଇ ଦେଇଛନ୍ତି ପ୍ରିନ୍ସିପାଲ୍ ।