
କୋରାପୁଟ- କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ ବାଞ୍ଜିଲପୁଟ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ ମାନେ ଜଣେ ଠିକାଦାରଙ୍କ ଦୁଇଟି ମୋଟର ସାଇକେଲରେ ନିଆଁ ଲଗାଇ ଦେଇଛନ୍ତି । ଫଳରେ ବାଇକ୍ ଦୁଇଟି ଜଳିପୋଡି ନଷ୍ଟ ହୋଇଯାଇଛି । ତେବେ କିଏ ଓ କାହିଁକି ଠିକାଦାରଙ୍କ ଗାଡ଼ି ପୋଡିଛି ତାହା ଜଣାପଡିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।