

ଭୁବନେଶ୍ୱର – ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦ ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଉଦଯାପିତ ହୋଇଯାଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ନିମନ୍ତେ ଶେଷଦିନ ଅନୁÂିତ ହୋଇଥିବା ଆଲୋଚନା ଚକ୍ରଟିକୁ ଓଡ଼ିଶା ଇଣ୍ଡଷ୍ଟ୍ରି ଫେଡେରେସନ୍ ଦ୍ୱାରା ଆୟୋଜିତ ହୋଇ “କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ’ ଉପରେ ଆଲୋଚନା ଚକ୍ର ଅନୁÂିତ ହୋଇଥିଲା ।
ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ଆଲୋଚନା ଚକ୍ରଟିରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ନିଜ ବକ୍ତବ୍ୟରେ ମତ ରଖିଥିଲେ ଯେ, ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ଖୋଲାଯିବା ପରେ ଖାଦ୍ୟକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ବିଦେଶରେ ଅଧିକ ପରିମାଣର ଫଳ·ଷ ହୁଏ, ଭାରତ ଭଳି ରାଷ୍ଟ୍ରମାନଙ୍କରେ ଅଧିକ ଧାନ ଓ ·ଉଳ ·ଷ ହୋଇଥାଏ । ଭାରତରେ ସାର ଓ କୀଟନାଶକ ଔଷଧ ପ୍ରୟୋଗ ହେଉଥିବା ହେତୁ ବିଦେଶୀ ରାଷ୍ଟ୍ର ଆମ ଖାଦ୍ୟଶସ୍ୟ ନେବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଯଦି ଜୈବିକ ସାର ଦ୍ୱାରା ଆମ ·ଷକୁ ଗୁରୁତ୍ୱ ଦେବା ତେବେ ଯାଇ ବିଦେଶରେ ଆମ ଖାଦ୍ୟଶସ୍ୟର ·ହିଦା ବଢ଼ିବ ବୋଲି ଗୁରୁତ୍ୱ ଦେଇଥିଲେ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଆଲୋଚନା ଚକ୍ରଟିରେ ଅଧ୍ୟକ୍ଷତା କରି ଶିଳ୍ପର ବିକାଶ ଦିଗରେ ନିଜ ମତ ରଖିଥିଲେ । ଆମ ରୋଷେଇଶାଳାରେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀକୁ ଦୃଷ୍ଟିରେ ରଖି ·ଷ କଲେ ବହୁତ ଉତ୍ପାଦନ ହେବ ଓ ଆମର ·ହିଦାକୁ ମେଂଟାଇ ପାରିବା ସହିତ ରପ୍ତାନୀ ହୋଇପାରିବ । ଯେଉଁ ଜିଲ୍ଲାରେ ଯାହା ଭଲ ·ଷ ହୁଏ ତାହାକୁ ଗୁରୁତ୍ୱ ଦେଇ ·ଷୀକୁ ପ୍ରୋତ୍ସାହନ ଦେବା ଜରୁରୀ ହୋଇପଡ଼ିଛି । ନିଜ ବକ୍ତବ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ କରି ଯୋଗାଇବାକୁ ବହୁଦେଶୀୟ କମ୍ପାନୀର ପ୍ରତିନିଧିମାନଙ୍କୁ ଜଣାଇଥିଲେ । ଶିଳ୍ପ ପ୍ରତିÂା ପୂର୍ବରୁ କେଉଁଠି କଂଚାମାଲ ମିଳିବ, କେମିତି ଆସିବ, କେଉଁ ପଦକ୍ଷେପ ଗ୍ରହଣ କଲେ ଅଧିକ ହେବ ତାହା ତର୍ଜମା କରି ଜାଣିବା ପରେ ଶିଳ୍ପ ପ୍ରତିÂା କଲେ ଶିଳ୍ପରୁ ଲାଭ ପାଇବା ସହିତ ତାହା ଦୀର୍ଘସ୍ଥାୟୀ ହେବ ବୋଲି ସ୍ୱତନ୍ତ୍ର ସଚିବ ଶ୍ରୀ ଶର୍ମା ଜଣାଇଥିଲେ ।
ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳାନନ୍ଦ ପତି ଆଲୋଚନା ଆୟୋଜନ କରିଥିବା ହେତୁ ଧନ୍ୟବାଦ ଦେଇ ଶିଳ୍ପର ବିକାଶ ଦିଗରେ ରହିଥିବା ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା ଚକ୍ରରେ ଆଲୋଚନା କରି ସମସ୍ତ ଶିଳ୍ପ ସଂଘଏହାର ବୈଷୟିକ ଅସୁବିଧା ଓ ବ୍ୟାଙ୍କ ଋଣ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାର ସମାଧାନ ଦିଗରେ ନିଷ୍କର୍ଷ ବାହାର କରିବାକୁ ପ୍ରବର୍ତାଇଥିଲେ ।
କୃଷି ବିଭାଗୀୟ ନିଦେ୍ର୍ଧଶକ ଡ. ମୁଥୁ କୁମାର ଜଣାଇଥିଲେ ଯେ ଓଡ଼ିଶାର ଯେଉଁ ଜିଲ୍ଲାରେ ଯାହା ଭଲ ·ଷ ହୁଏ ସେହି ଜିଲ୍ଲା ସେହି ·ଷ ଦିଗରେ ଅଧିକ ଯତ୍ନଶୀଳ ହେଲେ କୃଷିର ଉନ୍ନତି ଘଟିବ ।
ମାରିଏସନ୍ ଇଣ୍ଡିଆ ପ୍ରା. ଲିଃର ସିଏମ୍ଡ଼ି ଡ. ପି.ଏଲ୍. କାଉଲ୍ କିପରି ଆଳୁ ଅଧିକ ଆମଦାନୀ ହେବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ପଦ୍ମଶ୍ରୀ ଡ. ଭି. ପ୍ରକାଶ ପ୍ରାରମ୍ଭିକ ସୂଚନା ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଦିଗରେ ରହିଥିବା ସମସ୍ୟା ଓ ସମାଧାନ ଦିଗରେ ଆଲୋଚନା କରି ଓଡ଼ିଶା ଦିନେ ସାରା ଭାରତରେ ଗୋଟିଏ ମଡେଲ୍ ରାଜ୍ୟ ହେବ ସେଥି ନିମନ୍ତେ ଦିଗ୍ଦର୍ଶନ ଦେଇଥିଲେ । ଓଡ଼ିଶା ଇଣ୍ଡଷ୍ଟ୍ରି ଫେଡେରେସନ୍ର ସଭାପତି ଶରତ କୁମାର ସାହୁ ଅତିଥି ପରିଚୟ ଦେବା ସହ ଆଲୋଚନା ଚକ୍ରଟିକୁ ପରି·ଳନା କରିଥିଲେ ।