
ଭଞ୍ଜନଗର- ଭଞ୍ଜନଗର ସହରର ଲଣ୍ଡେଇ ସାହି ଏସ.ବି.ଆଇ ଏଟିଏମ ନିକଟରେ ରବିବାର ସନ୍ଧ୍ୟାରେ ଏକ ଅନନ୍ୟ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ କେ.ଏସ.ୟୁ.ବି କଲେଜ ଅଧ୍ୟକ୍ଷ ଡ଼. ନିଳାଞ୍ଚଳ ମୁନୀ, ସମ୍ମାନିତ ଅତିଥି ଭାବେ ଥାନା ଆଇ.ଆଇ.ସି ସୁଦୀପ୍ତ କୁମାର ସାହୁ, ଶିକ୍ଷାବିତ ଅମର ନାଥ ରଥ, ଅନୁଷ୍ଠାନର ମୁଖ୍ୟ ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଏଥିରେ ସମାଜସେବୀ ଶୂଳପାଣି ଶତପଥୀ ଶତପଥି ସଂଯୋଜନା କରିଥିଲେ।ନୂତନ ଭାବେ ଗଢ଼ି ଉଠିଥିବା ଏହି ଅନୁଷ୍ଠାନ ଆଗାମୀ ଦିନରେ କିଭଳି ପ୍ରସିଦ୍ଧି ଲାଭ କରି ସମଗ୍ର ଅଞ୍ଚଳରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ଏବଂ ଅତିଥିମାନେ ଏହାର ଦୀର୍ଘ ଭବିଷ୍ୟତ କାମନା କରିଥିଲେ। ମାଷ୍ଟର ପିଣ୍ଟୁ ଓ କୁନି କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ।ପଞ୍ଚାନନ ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO