
ଭଞ୍ଜନଗର- ଘୁମୁସର ଫୋଟ ଗ୍ରାଫର ଆସୋସିଏସନ ତରଫରୁ ରବିବାର ଭଞ୍ଜନଗର ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ଠାରେ ସଂଘ ର ନୂତନ ପରିଚାଳନା କମିଟି ସର୍ବ ସମ୍ମତି କ୍ରମେ ଗଠନ କରାଯାଇଛି। ଏଥିସହ ସଂଘର ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯିବା ସହ ଆସନ୍ତା ୧୫ ତାରିଖରେ ସ୍ଥାନୀୟ ଆର.ଏମ.ସି ସଭା ଗୃହରେ ଏକ କର୍ମଶାଳା ର ଆୟୋଜନ କରିବାପାଇଁ ସ୍ଥିର ହୋଇଥିବା ଜଣାପଡିଛି।ଏହି ବୈଠକରେ ନୂତନ ସଭାପତି ଭାବେ ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ଚକ୍ରପାଣି ପ୍ରଧାନ, ସମ୍ପାଦକ ସାଗର ବେହେରା, ସହ ସମ୍ପାଦକ ସୁଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ସମୀର କୁମାର ସ୍ୱାଇଁ, ଉପଦେଷ୍ଟା ବିରଞ୍ଚି ପ୍ରସାଦ ମିଶ୍ର, ସୁକାନ୍ତ ମହାନ୍ତି, ବାଳକୃଷ୍ଣ ବେହେରା, ନବ କିଶୋର ମହାରଣା, ଭଞ୍ଜ ମହାପାତ୍ର, ଦର୍ପ ନାରାୟଣ ଜେନା ଓ ନିରଞ୍ଜନ ପ୍ରଧାନ ଙ୍କୁ ସଭ୍ୟମାନେ ଚୟନ କରିଥିଲେ। ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କ ସହଯୋଗ ରେ ସଂଘର ଉନ୍ନତି ସମ୍ଭବ ବୋଲି ସଭାପତି ଶ୍ରୀ ଜେ.କେ ପଟ୍ଟନାୟକ କହିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO