
ଜଗନ୍ନାଥ ପ୍ରସାଦ – ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ଆଞ୍ଚଳିକ ମହାବିଦ୍ୟାଳୟଠାରେ ଜାତୀୟ ଯୁବ ଦିବସ ସଂଗଠନ ସଭାପତି ସରୋଜ କୁମାର ନାୟକ ଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ସ୍ଵେଚ୍ଛାସେବୀ ମାନେ ପ୍ରଥମେ ସ୍ଵାମୀ ବିବେକାନନ୍ଦ ଙ୍କ ତୈଳଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭାକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ସ୍ଵେଚ୍ଛାସେବୀ ଭାବେ ଶ୍ରୀକାନ୍ତ ପାତ୍ର, ମନୁ ପ୍ରଧାନ, ସଂଜୟ ପ୍ରଧାନ, କାହ୍ନୁ ଚରଣ ପ୍ରଧାନ, ସୌମ୍ୟ ରଞ୍ଜନ ଗୌଡ, ଡକ୍ଟର ନାୟକ ଯୋଗ ଦେଇ ବିବେକାନନ୍ଦଙ୍କ ଜୀବନୀ ଓ ଯୁବକ ମାନଙ୍କୁ ତାଙ୍କର ଅମୂଲ୍ୟ ବାଣୀ ବିଷୟରେ ଆଲୋଚନା କରିଥିଲେ। ସ୍ଵେଚ୍ଛାସେବୀ ଚନ୍ଦନ ବିଶ୍ଵାଳ, ଗୋପାଲ ନାୟକ, ନିରଞ୍ଜନ ଆରୁଖ, ଦୀପକ ବେହେରା, ରାହୁଲ ପ୍ରଧାନ, ପପୁନ ସାହୁ, ସୋନୁ ଗୌଡ, ରଞ୍ଜନ ପ୍ରଧାନ ପରେ ଜଗନ୍ନାଥ ପ୍ରସାଦ ରାସ୍ତାରେ ସଡକ ସୁରକ୍ଷା ଉପରେ ସଚେତନତା କରି ଲୋକଙ୍କୁ ହେଲମେଟ ପିନ୍ଧିବା, ସିଟବେଲଟ ବାନ୍ଧିବା, ନିଶା ନିବାରଣ, ଦ୍ରୁତ ଗତିରେ ଗାଡି ନ ଚଳେଇବା ଉପରେ ସଚେତନତା କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO