
ନୂଆଦିଲ୍ଲୀ– ବିଶ୍ୱକପ ଟି-20 ବିଜେତା ଭାରତୀୟ କ୍ରିକେଟ ଟିମ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛି । ବିଜେତା ଭାରତୀୟ ଖେଳାଳିଙ୍କ ଏହି ସାକ୍ଷାତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ହୋଇଛି ।
ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱ ବିଜେତା ଟିମ ଠାରୁ ସେମାନଙ୍କ ଅନୁଭବ ଶୁଣିଥିଲେ । ସୋସିଆଲ ମିଡିଆରେ ଜାରି ଫଟୋରେ ପ୍ରଧାନମନ୍ତ୍ରୀ ଟ୍ରଫି ଧରିବା ବଦଳରେ ଟିମର କ୍ୟାପଟେନ ରୋହିତ ଶର୍ମା ଓ କୋଚ ରାହୁଲ ଦ୍ରାବିଡଙ୍କ ହାତ ଥାମିଥିବାର ଦେଖାଯାଇଛି । ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଓ ସଚିବ ଜୟ ଶାହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟିମ୍ ଇଣ୍ଡିଆ ରଙ୍ଗର ‘ନମୋ 1’ ଜର୍ସି ଭେଟିଥିଲେ ।
ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଖେଳାଳିଙ୍କ ସହିତ କଥାବାର୍ତ୍ତାର ଫଟୋ ସେୟାର କରି ପୋଷ୍ଟ କରିଛନ୍ତି ଯେ, ଆମର ଚାମ୍ପିୟାନଙ୍କ ସହ ସୁନ୍ଦର ଭେଟ । 7, ଲୋକକଲ୍ୟାଣ ମାର୍ଗରେ ବିଶ୍ୱକପ ବିଜେତା ଟିମ ଆୟୋଜନ ଏବଂ ଟୁର୍ଣ୍ଣାମେଂଟ ସମୟରେ ସେମାନଙ୍କ ଅନୁଭବ ଉପରେ ସ୍ମରଣୀୟ ଆଲୋଚନା କରିଛନ୍ତି ।