ନୂଆଦିଲ୍ଲୀ, ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ ଆୟୋଜନ ଶେର-ଏ-କଶ୍ମୀର ଇଂଟରନ୍ୟାସନାଲ କନଭେନସନ ସେଂଟର, ଶ୍ରୀନଗର, ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ହେବ । ଚଳିତ ବର୍ଷର ଥିମ ‘ସ୍ୱୟଂ ଓ ସମାଜ ପାଇଁ ଯୋଗ’ ରହିଛି । ଯୋଗ ଦିବସ ଗତ 10 ବର୍ଷରୁ ଲଗାତର ଭାବେ ଜୁନ 21ରେ ସାରା ବିଶ୍ୱରେ ପାଳନ ହେଉଛି । ଆୟୁଷ ମନ୍ତ୍ରାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ।
ଆୟୁଷ ରାଷ୍ଟ୍ରମନ୍ତ୍ରୀ, ପ୍ରତାପରାଓ ଯାଧବ କହିଛନ୍ତି ଯେ, ଏହି ଅବସରରେ ପିଏମ ମୋଦି ସର୍ବ ସାମାନ୍ୟଙ୍କ ସହ ଯୋଗ କରିବେ । ଏହି ସମୟରେ ଆୟୁଷ୍ମାନ କମିକ୍ସ ଓ ବ୍ରେଲ ଲିପିରେ କମନ ଯୋଗ ପ୍ରୋଟୋକଲ ଲଂଚ କରାଯାଇଥିଲା ।