ଡେରାଡୁନ- ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ବଦ୍ରିନାଥ ହାଇୱେରେ ଶନିବାର ଯାତ୍ରୀବାହୀ ଏକ ଗାଡି ଅଳକାନନ୍ଦା ନଦୀକୁ ଖସିପଡିଛି । ଏହି ଦୁର୍ଘଟଣାରେ 8ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 8ଜଣ ଆହତ ହୋଇଛନ୍ତି । ଗଢଭାଲର ଆଇଜି କରଣ ସିଂହ ନାଗନ୍ୟାଲ କହିଛନ୍ତି ଯେ, ରୁଦ୍ରପ୍ରୟାଗର ଏସପି ଘଟଣାସ୍ଥଳରେ ପହଂଚିଥିଲେ । ଟେମ୍ପୋ ଟ୍ରାଭେଲର ନୋଏଡା ରୁଦ୍ରପ୍ରୟାଗ ଅଭିମୁଖେ ଯାଉଥିଲା । ଏହା 150-200 ମିଟର ଗଭୀର ଖାଇକୁ ଖସିପଡିଥିଲା । 7ଜଣଙ୍କ ମୃତଦେହ ଜବତ ହୋଇଥିବା ବେଳେ 9ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା, ଏଥିରୁ ଜଣଙ୍କର ମୃତ୍ୟୁ ହୋଇଛି । ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।