ନୂଆଦିଲ୍ଲୀ, ଲକ୍ଷ୍ନୌର ସାଂସଦ ରାଜନାଥ ସିଂହ ଗୁରୁବାର ଦ୍ଵିତୀୟ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରୂପେ ଦାୟିତ୍ଵ ଗ୍ରହଣ କରିଛନ୍ତି ।
୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସଫଳ କାର୍ଯ୍ୟକାଳ ପରେ ସେ ଦ୍ବିତୀୟ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରୂପେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବିଗତ ସରକାରରେ ୧ ଜୁନ୍ ୨୦୧୯ ରେ ରାଜନାଥ ସିଂହ ପ୍ରଥମ ଥର ପ୍ରତିରକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ସମ୍ଭାଳିଥିଲେ ।