ଇମ୍ଫାଲ– ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ କାଫିଲା ଉପରକୁ ଜିରିବାମ ଯିବା ସମୟରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଫାୟାରିଂ କରି ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । କୁକି ଉଗ୍ରବାଦୀ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଆଶଙ୍କା କରାଯାଉଛି । ଆକ୍ରମଣ ପରେ ପୂରା ଅଂଚଳରେ ସୁରକ୍ଷାବଳ ମୁତୟନ କରାଯାଇଛି ।
Related Stories
October 9, 2024