
ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ +୨ ପ୍ରଥମ ବର୍ଷ କଳା ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଦ୍ଵିତୀୟ ବର୍ଷ କଳା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ବର୍ଷ ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଉକ୍ତ ସଭାରେ ଡଃ ଶିରିଷ କୁମାର ଷଡଙ୍ଗୀ, ଅଧ୍ଯାପକ ସୁନିରକାନ୍ତ ମିଶ୍ର, ଅଧ୍ଯାପକ ସୁନୀଲ କୁମାର ମୁନି, ଅଧ୍ୟାପିକା ଆରତୀ ମହାପାତ୍ର ଓ ମୁଖ୍ୟ କିରାଣୀ ସୀମାଚଳ ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଆଗାମୀ ଭବିଷ୍ୟତ ଉଦ୍ଦେଶ୍ୟରେ ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ। ପୂର୍ବ ବର୍ଷର ପରୀକ୍ଷାରେ ଅଧିକ ନମ୍ବର ରଖି ଲାପଟପ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ଯକ୍ଷ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କମ୍ପୁଟର ସଂଯୋଜକ ସରୋଜ କୁମାର ନାୟକ ପରିଚାଳନା କରିଥିଲେ। ୪୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ସଭା ରେ ଉପସ୍ଥିତ ଥିଲେ। ପରିଶେଷରେ ଛାତ୍ର ଅଶୋକ ବାରିକ ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।