![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ନୂଆଦିଲ୍ଲୀ- ଭାରତ ଭୂସ୍ଖଳନରେ ପ୍ରଭାବିତ ପାପୁଆ ନ୍ୟୁ ଗିନିର ସହାୟତା ପାଇଁ ଆଗକୁ ଆସିଛି । ଭାରତ ସରକାର ଏହି ଦେଶର ରିଲିଫ, ଥଇଥାନ ଓ ପୁନର୍ନିମାଣ ପ୍ରୟାସ ପାଇଁ 10ଲକ୍ଷ ଆମେରିକୀୟ ଡଲାର ତତ୍କାଳ ରିଲିଫ ସହାୟତା ଘୋଷଣା କରିଛନ୍ତି ।
ବୈଦେଶିକ ମନ୍ତ୍ରାଳୟ ଆଜି ଏହି ସୂଚନା ଦେଇ କହିଛି ଯେ, ପାପୁଆ ନ୍ୟୁ ଗିନି ଫୋରମ ଫର ଇଣ୍ଡିଆ-ପାସିଫିକ ଆଇଲ୍ୟାଣ୍ଣ କୋଅପରେସନ ଅନ୍ତର୍ଗତ ଏକ ନିକଟ ବନ୍ଧୁ ଓ ସହଯୋଗୀ ଅଟେ ।ସେଠାକାର ମୈତ୍ରୀପୂର୍ଣ୍ଣ ଲୋକଙ୍କ ସହିତ ଏକଜୁଟତାର ସଙ୍କେତ ଭାବେ ଏହି ସହାୟତା ପ୍ରଦାନ କରାଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାକୃତିକ ବିପର୍ଯ୍ୟୟ ଉପରେ ଗଭୀର ସମବେଦନା ଜଣାଇଛନ୍ତି ଏବଂ କଠିନ ସମୟରେ ପ୍ରଶାନ୍ତ ଦ୍ୱୀପ ଦେଶକୁ ଯଥା ସମ୍ଭବ ସହାୟତା ଓ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ମେ 24ରେ ପାପୁଆ ନ୍ୟୁ ଗିନିର ଏଂଗା ଅଂଚଳରେ ଏକ ବଡ ଭୂସ୍ଖଳନ ହୋଇଛି, ଯେଉଁଥିରେ ଶହଶହ ଲୋକ ପୋତି ହୋଇଯାଇଛନ୍ତି । ବ୍ୟାପକ କ୍ଷୟକ୍ଷତି ହେବା ସହ ଧନଜୀବନ ନଷ୍ଟ ହୋଇଛି ।