
ଭଞ୍ଜନଗର- ଭଞ୍ଜନଗର ବ୍ଲକ ତୁରୁମୁ ଗ୍ରାମର ସନ୍ତୋଷ ପ୍ରଧାନ,ଲଖଣ ପ୍ରଧାନ ଓ ଜଗନ୍ନାଥ ଗୌଡ଼ ଆଜି ଦିନ ୨ଟା ସମୟରେ କୌଣସି କାମରେ ତିଳିସିଙ୍ଗି ଗ୍ରାମକୁ ଯାଉଥିବା ବେଳେ ସାମ୍ନା ପଟୁ ହଠାତ୍ ଏକ ଟ୍ରକ ଆସୁଥିବା ଦେଖି ସେମାନେ ହଡବଡେଇ ଯାଇଥିଲେ। ଫଳରେ ସ୍କୁଟି ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସନ୍ତୋଷ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁହେଁ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ କୁ ପଠେଇଥିବା ବେଳେ ଏଠାରୁ ଅଧିକ ଚିକିତ୍ସା ପାଇଁ ସନ୍ତୋଷ କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।