
ସାନଖେମୁଣ୍ଡି: ନିଖିଳ ଉକ୍ତଳ ଠିକାଦାର ସଂଘ ଓଡ଼ିଆ ଗଂଜାମ ଜିଲ୍ଲା ଶାଖାକୁ ଅନ୍ତର୍ଗତ ସାନଖେମୁଣ୍ଡି ଠିକାଦାର ସଂଘ ଏକ ଜରୁରୀ ବୈଠକ ଆଜି ବୁଧବାର ଦିନ ତପ୍ତପାଣି ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଅଛି। ସାନଖେମୁଣ୍ଡି ସଙ୍ଘ ସଭାପତି ଶ୍ରୀ ରୋହିତ କୁମାର ଖୁଣ୍ଟିଆଙ୍କ ପୌରହିତରେ ଅନୁଷ୍ଠିତ ଏହି ବୈଠକରେ ଦିଗପହଣ୍ଡି ସଂଘ ସଭାପତି ରଞ୍ଜନ ପାଣିଗ୍ରାହୀଙ୍କ ସହ ସଂଘ ସଦସ୍ୟ ଅଶୋକ ସ୍ୱାଇଁ ଯୋଗ ଦେଇ କର୍ମଜୀବୀ ଠିକାଦାର ମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ ଉଭୟ ପରିସରର ଠିକା କାର୍ୟ୍ଯ ପାଇଁ ସମନ୍ଵୟ ପ୍ରକାରେ କାର୍ଯ୍ୟ କରିବାକୁ ସଦସ୍ୟଙ୍କୁ ଅନୁପ୍ରାଣିତ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲା ସଭାପତି ଶ୍ରୀ ଉମାକାନ୍ତ ସାହୁ, ସମ୍ପାଦକ ଜି.ଗୋପାଳ ରାଓ ଦୋରା ଏବଂ ଜିଲା ସଦସ୍ୟ ଶ୍ରୀ ଗୋପାଳ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବ ସହ ଉଭୟ ବ୍ଲକ ଠିକାଦାର ସଂଘ ଜିଲା ସଙ୍ଗଠନକୁ ଦୃତିଭୂତ କରିବାର ଶପଥ ନେଇଥିଲେ। ସାମ୍ପ୍ରତିକ ପରିବର୍ତିତ ଠିକାଦାରୀ ବ୍ୟବସ୍ତାରେ କର୍ମଜୀବୀ ଠିକାଦାରଙ୍କ ସ୍ୱାର୍ଥକୁ ନଜରକୁ ନେଇ ମିଳିତ ସମନ୍ଵୟରେ କାର୍ଯ୍ୟ କରାଯିବ ସହିତ ଇ. ଟେଣ୍ଡେରିଂ ପ୍ରକ୍ରିୟା ଯୋଗୁ ସରକାରଙ୍କ ଧାର୍ଯ୍ୟ ଅଟକଳକୁ ଲକ୍ଷ ରଖି ଟେଣ୍ଡର ପ୍ରକ୍ରିୟାରେ କାର୍ଯ୍ୟ କରାଯିବାକୁ ସର୍ବ ସମ୍ମତିରେ ନିଷ୍ପତି ଗୃହୀତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଶ୍ରୀ ଅଶୋକ କୁମାର ତ୍ରିପାଠୀ, ଉପଦେଷ୍ଟା ତଥା ବିଶିଷ୍ଟ ଠିକାଦାର ଶ୍ରୀ ମଙ୍ଗୁଳୁ ପାତ୍ର ପ୍ରମୁଖ ନିଜନିଜର ଠିକାଦାରୀ କାର୍ଯ୍ୟର ଅଭିଜ୍ଞତା ପ୍ରକାଶ କରିଥିବା ବେଳେ ସାନଖେମୁଣ୍ଡି ସମ୍ପାଦକ ଶ୍ରୀ ଶଙ୍କର୍ଷଣ ସ୍ବାଇଁ, ଉପସଭାପତି ଶ୍ରୀ ଶଙ୍କର୍ଷଣ ଖୁଣ୍ଟିଆ, କୋଷଧକ୍ଷ ଶ୍ରୀ ସନ୍ତୋଷ କୁମାର ଜେନା, ବାଳକୃଷ୍ଣ ଚୌଧୁରୀ, ମଙ୍ଗୁଳୁ ପୃଷ୍ଟି, ଭୀମସେନ ରାଉତ, ଚକ୍ରପାଣି ପଣ୍ଡା, ନିଳାଞ୍ଚଳ ସେଠି, ଗଙ୍ଗାଧର ପାତ୍ର, ସୂର୍ଯ୍ୟକାନ୍ତ ପଣ୍ଡା, ସଂଗ୍ରାମ ପଣ୍ଡା ପ୍ରମୁଖ ଅଞ୍ଚଳ ଠିକାଦାର ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO