
ସାନଖେମୁଣ୍ଡି: ଆଡ଼ପଡା ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଆଜି ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମର ଝୋଳ ସୌଜନ୍ୟରୁ ଏକ ଚକ୍ଷୁରୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ଅଧିକ୍ଷକ ଡ଼ଃ.ତପନ କୁମାର ମଲ୍ଲ, ଶଙ୍କର ଚିକିତ୍ସାଳୟ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ଼: ଭି ଶଙ୍କର , ମୁଖ୍ୟ ବ୍ୟବସ୍ଥାପକ ଏ. ମହାନ୍ତି, ବରିଷ୍ଠ ଚକ୍ଷୁ ଡାକ୍ତର ବି.ପି. ସାମଲ ଓ ଉପସ୍ଥିତ କର୍ମଚାରୀ ଏବଂ ଆଡ଼ପଡା ସରପଞ୍ଚ ନୀଳମାଧଵ ରାଉତ, ସମିତି ସଭ୍ୟ ସୁରେନ୍ଦ୍ର ବାରିକ ଓ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ସଂଯୁକ୍ତରାଷ୍ଟ୍ର ସାଇଟ ସେଭର ଚେୟାରମ୍ୟାନ ଶ୍ରୀ କ୍ଳାଇଭ ଜୋନସ ଯୋଗ ଦେଇ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ଅନୁଷ୍ଠିତ ଏହି ମେଗା ଚକ୍ଷୁ ରୋଗୀ ଯୋଗ ଦେଇଥିବା ସହ ସେମାନଙ୍କୁ ଚକ୍ଷ ପରୀକ୍ଷା କରାଇଥିଲେ। ସାଇଟ ସେଭର ପକ୍ଷରୁ ଭାରତ ମୁଖ୍ୟ ଆରଏନ ମହାନ୍ତି, ସୁଦୀପ୍ତ ମହାନ୍ତି, ଆକବର ମେହେଫିଜ ଏବଂ ପ୍ରକଳ୍ପ ପ୍ରବନ୍ଧକ ଜଗନ୍ନାଥ ପ୍ରମୁଖ ଅଂଶଗ୍ରହଣ କରି ଆନୁସଙ୍ଗିକ ଚିକିତ୍ସା ବ୍ୟବସ୍ତା କରିବା ସହ ମୋଟ ୨୫୧ ଜଣଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ୭୨ ଜଣଙ୍କୁ ପରଳ ଚିକିତ୍ସା ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ବେଳେ ମୋଟ ୨୭ ଜଣକୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ମିଳିତ ଚକ୍ଷୁ ଚିକିତ୍ସା ସେବା କାର୍ଯ୍ୟକ୍ରମକୁ ଅପରେସନ ମ୍ୟାନେଜର ବିଶ୍ଵଜିତ ବେହୁରୀ, କ୍ୟାମ ମେନେଜର ଚିତ୍ରସେନ ଗଉଡ଼ଙ୍କ ସହ ଶୁଭମ, ଅନୀଲ, ଭାଗ୍ୟଲତା ଗୌଡ଼, ଅନ୍ନପୂର୍ଣ୍ଣା, ଆଶିଷ, ଶ୍ରୀମୁଖୀ, ସିଗଧରି ଏବଂ E. ସାକିଲି ପ୍ରମୁଖ କର୍ମଚାରୀ ପରିଚାଳନା କରିଥିଲେ। ବ୍ଲକ କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ଦିଲୀପ କୁମାର ବେହେରାଙ୍କ ସହ ମୁନା ରାଉତ, ଡାକ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।