ଭୋପାଳ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନ୍ତରିଣ ଜାମିନରେ ଜେଲରୁ ବାହାରିଛନ୍ତି । ଜେଲରୁ ବାହାରିବା ପରେ ସେ କେନ୍ଦ୍ର ଉପରେ ଅଭିଯୋଗ ଆଣି ଟାର୍ଗେଟ କରିବାରେ ଲାଗିଛନ୍ତି । ତାଙ୍କର ଏହି ଅଭିଯୋଗ ଉପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତାଙ୍କ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଅରବିନ୍ଦ କେଜରିୱାଲ ଜେଲରେ ପହଂଚିବା ପରେ ନିଜର ମାନସିକ ଭାରସାବ୍ୟ ହରାଇଛନ୍ତି । ଏବେ ତ ଜାମିନରେ ଅଛନ୍ତି, କେବଳ ନିର୍ବାଚନ ଯାଏ ।
ଶିବରାଜ ସିଂହ ଚୌହ୍ୱାନ ରବିବାର କହିଛନ୍ତି ଯେ, ବିଜେପି ଆମ କାର୍ଯ୍ୟକର୍ତ୍ତାଙ୍କ ପାଇଁ ରାଜନୀତି ପଦ ପ୍ରାପ୍ତି କିମ୍ବା ସ୍ୱାର୍ଥ ସିଦ୍ଧିର ମାଧ୍ୟମ ନୁହେଁ । ଦେଶର ସେବା ପାଇଁ ଆମେ ରାଜନୀତି କରିଥାଉ ଏବଂ ଲୋକଙ୍କ ଭଲ ଓ ବିକାଶ ପାଇଁ ଆମେ ରାଜନୀତି କରିଥାଉ ।