ନୂଆଦିଲ୍ଲୀ, ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲୋକସଭା ନିର୍ବାଚନ ଜିତିଲେ 10 ଗ୍ୟାରେଂଟି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବିଜୁଳି, ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ଓ ନିଯୁକ୍ତି ସହିତ ଜିଏସଟି ଓ ଅଗ୍ନିବୀରରୁ ମୁକ୍ତି ଦେବାକୁ ବି ପ୍ରତିଶ୍ରୁତି ଦେଇଛନ୍ତି ।
କେଜରିୱାଲ ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହିତ ରବିବାର ପାର୍ଟି କାର୍ଯ୍ୟାଳୟରେ ପ୍ରେସମିଟ କରି 10 ଗ୍ୟାରେଂଟି କଥା ଉଠାଇଥିଲେ । ପୂରା ଦେଶରେ 24ଘଂଟା ସାତ ଦିନ ବିଜୁଳି, ଯାହାଦ୍ୱାରା ଗରିବଙ୍କୁ ମାଗଣା ବିଜୁଳି ଦିଆଯିବ । ଦେଶର ପ୍ରତି ଗାଁରେ ବିଶ୍ୱସ୍ତରୀୟ ସରକାରୀ ସ୍କୁଲ ତିଆରି କରି ସମସ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ । ଦେଶର ପ୍ରତି ଜିଲ୍ଲାରେ ବିଶ୍ୱସ୍ତରୀୟ ହସ୍ପିଟାଲ ଓ ଗାଁ ପରିବେଶରେ କ୍ଲିନିକ ତିଆରି କରି ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ । କେଜରିୱାଲ କହିଛନ୍ତି ଚୀନ ଦ୍ୱାରା କବଜା କରାଯାଇଥିବା ଭାରତର ଜମି ଛଡାଇବା ପାଇଁ ସେନାକୁ ପୂରା ସ୍ୱାଧୀନତା ଦିଆଯିବ । ଅଗ୍ନିବୀର ଯୋଜନା ବନ୍ଦ କରି ସମସ୍ତ ଅଗ୍ନିବୀରଙ୍କୁ ସ୍ଥାୟୀ କରାଯିବ । ସ୍ୱାମୀନାଥମ କମିଶନ ମୁତାବକ ସମସ୍ତ ଫସଲ ଉପରେ ଏମଏସପି ନିର୍ଦ୍ଧାରଣ କରି ଚାଷୀଙ୍କୁ ଫସଲ ଉପରେ ପୂରା ଦାମ ଦିଆଯିବ । ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯିବ । ବେରୋଜଗାରୀ ଶେଷ କରିବା ପାଇଁ ଆଗାମୀ ବର୍ଷକ ମଧ୍ୟରେ 2କୋଟି ନିଯୁକ୍ତି ଦିଆଯିବ । ଦୁର୍ନୀତି ଶେଷ କରାଯିବ । ଜିଏସଟି ଭୟ ଶେଷ କରି ଏହାକୁ ପିଏମଏଲଏରୁ ବାହାର କରାଯିବ