ନୂଆଦିଲ୍ଲୀ, ବିଜେପିର ବରିଷ୍ଠ ନେତା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଉତ୍ତରପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବେ । ଅମିତ ଶାହ ଉତ୍ତର ପ୍ରଦେଶ ଗସ୍ତ ଆଜି ବରେଲିରୁ ଆରମ୍ଭ ହେବ । ଶାହ ଦ୍ୱିପ୍ରହର 12.30 ମିନିଟ ସମୟରେ ରାମଲୀଳା ମୈଦାନରେ ବିଜେପିର ବିଶାଳ ଜନସଭାକୁ ସଂବୋଧିତ କରିବେ । ଏହାପରେ ଶାହ ବଦାୟୁରେ ପହଂଚିବେ । ଗୃହମନ୍ତ୍ରୀ ଶାହ ଏଠାରେ ଇସଲାମିୟା ଇଂଟର କଲେଜ ଗ୍ରାଉଣ୍ଡରେ ଦ୍ୱିପ୍ରହର 2.15 ମିନିଟ ସମୟରେ ପାର୍ଟିର ଜନସଭାରେ ଭାଗ ନେବେ । ଆଜି ଉତ୍ତର ପ୍ରଦେଶ ଗସ୍ତର ଶେଷରେ ସେ ସୀତାପୁରରେ ଜନସଭାକୁ ସଂବୋଧିତ କରିବେ ।