
ଶ୍ରୀନଗର, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସୋମବାର ଆତଙ୍କବାଦ ସହିତ ଜଡ଼ିତ ଏକ ମାମଲାରେ ଶ୍ରୀନଗରରେ ୯ଟି ସ୍ଥାନରେ ଚଢ଼ଉ କରିଛି । ଏନଆଇଏ ର ଅଧିକାରୀ ମାନେ ପୋଲିସ ଏବଂ ସିଆରପିଏଫ ସହିତ ମିଳିତ ଭାବେ ଚଢ଼ଉ ଆରମ୍ଭ କରିଛନ୍ତି । ଖବର ଲେଖାଯିବା ସୁଦ୍ଧା ଚଢ଼ଉ ଜାରି ରହିଛି । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।