ନୂଆଦିଲ୍ଲୀ, କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ଗାନ୍ଧିନଗରର ଏକ କୋର୍ଟ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଅହମଦାବାଦର ପୂର୍ବତନ ବରିଷ୍ଠ ପ୍ରବନ୍ଧକଙ୍କୁ 7ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସିବିଆଇ ଶୁକ୍ରବାର ଏହି ସୂଚନା ଦେଇଛି ।
ଅଭିଯୁକ୍ତ ପୂର୍ବତନ ବରିଷ୍ଠ ପ୍ରବନ୍ଧକ ପ୍ରୀତି ବିଜୟ ସହଜୱାନୀଙ୍କ ଉପରେ କୋର୍ଟ 15 କୋଟି 6ଲକ୍ଷ 50ହଜାର ଜୋରିମାନା ଲଗାଇଛନ୍ତି । ଜରିମାନାରେ 15 କୋଟି ଟଙ୍କା ବ୍ୟାଙ୍କକୁ ଦେବାକୁ ନିର୍ଦ୍ଦେଶ ରହିଛି । ନିଷ୍ପତ୍ତି ଶୁଣାଇବା ପରେ ସହଜୱାନୀକୁ ଜେଲକୁ ପଠେଇଦିଆଯାଇଛି । ଏକ ଅଭିଯୋଗ ଆଧାରରେ ସିବିଆଇ 2001, ଅକ୍ଟୋବର 29ରେ ଅଭିଯୁକ୍ତ ପୂର୍ବତନ ବରିଷ୍ଠ ପ୍ରବନ୍ଧକ ପ୍ରୀତୀ ବିଜୟ ସହଜୱାନୀ ଉପରେ ବ୍ୟାଙ୍କକୁ ଦୁଇ କୋଟି କ୍ଷତି ପହଂଚାଇବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା ।