ଲକ୍ଷ୍ନୌ, ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟ ଜନତା ପାର୍ଟି (ଭାଜପା)ର ସଂକଳ୍ପ ପତ୍ରର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ବିକଶିତ ଭାରତର ପରିକଳ୍ପନାକୁ ସାକାର କରିବାର ସଂକଳ୍ପ ଉପରେ ଆଧାରିତ ୧୪ଟି ନୂଆ ସଂକଳ୍ପ ଏବଂ ଚାରି ସ୍ତମ୍ଭ (ଗରିବ, ଯୁବ ବର୍ଗ, ମହିଳା ଏବଂ କୃଷକ) ଉପରେ ଆଧାରିତ ଭାଜପାର ସଂକଳ୍ପ ପତ୍ର ଦେଶର ଉଚ୍ଚାଭିଳାଶ ଅଟେ । ଦେଶର ଉଚ୍ଚାଭିଳାଶ ହିଁ ମୋଦୀଙ୍କ ମିଶନ୍ ଅଟେ । ମୋଦୀଙ୍କ ବିଜୟ ହିଁ ଆମ ସମସ୍ତଙ୍କର ମିଶନ୍ ଅଟେ । ଏହି ସଂକଳ୍ପ ପତ୍ର ଦେଶର ସମସ୍ତ ନାଗରିକଙ୍କୁ ମୋଦୀଙ୍କ ଗ୍ୟାରେଂଟି ଅଟେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଭାଜପାର ସଂକଳ୍ପ ପତ୍ର ରବିବାର ଜାରି ହୋଇଛି।