ନୂଆଦିଲ୍ଲୀ, ବିଜେପିର ସ୍ଥାପନା ଦିବସ ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସୋସିଆଲ ମିଡିଆ ଏକ୍ସରେ ନଡ୍ଡା କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ମୋର ସମସ୍ତ ବରିଷ୍ଠ ନେତାଙ୍କୁ ସାଦର ପ୍ରଣାମ ଜଣାଉଛି, ଯେଉଁମାନେ ନିଜର ତ୍ୟାଗ, ସମର୍ପଣ ଓ ପରିଶ୍ରମରେ ସଂଗଠନକୁ ଦେଶବ୍ୟାପୀ ବିସ୍ତାର ପ୍ରଦାନ କରିଛନ୍ତି । ଏହି ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସ୍ଥାପନା ଦିବସର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ‘ବିକଶିତ ଭାରତ ନିର୍ମାଣ’ର ସଂକଳ୍ପ ନେଇ ଆସନ୍ନ ସାଧାରଣ ନିର୍ବାଚନରେ ଅଦ୍ଭୁତପୂର୍ବ ବିଜୟ ପଥରେ ଅଗ୍ରସର ହେଉଛନ୍ତି । ବିଗତ 10ବର୍ଷରେ ମୋଦିଙ୍କ ନୀତି ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିଛି । ଭାରତ ମାତାର ସର୍ବବିଦ ଉତ୍କର୍ଷ ପାଇଁ ଆମର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ନିଜର କର୍ତ୍ତବ୍ୟର ଆହୁତି ପ୍ରଦାନ କରିବାକୁ ଆହ୍ୱାନ କରୁଛି ।
Related Stories
October 9, 2024