ଭୁବନେଶ୍ୱର– ପ୍ରମୁଖ ସହରରେ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) । ଭୁବନେଶ୍ୱର, କଟକ ସମେତ ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ କମିଶନରମାନଙ୍କୁ ଏସ୍ଆରସି ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏସଆରସି ତାଙ୍କ ଚିଠିରେ ଲେଖିଛନ୍ତି ଖରା ବଢିବାକୁ ଲାଗିଛି । ସହରର ବିଭିନ୍ନ ଛକରୁ ଯାତ୍ରୀମାନେ ବସ୍ କିମ୍ବା ଅନ୍ୟାନ୍ୟ ଯାନରେ ଯାତ୍ରା କରୁଥିବା ବେଳେ ସେମାନଙ୍କ ପାଇଁ ବିଶ୍ରାମ ଗୃହ କିମ୍ବା ଜଳଛତ୍ର ନଥିବା ସୋସିଆଲ ମିଡିଆ ଏବଂ ଖବରକାଗଜରେ ସାମ୍ନାକୁ ଆସିଛି । ତେଣୁ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।