
ଭଞ୍ଜନଗର – ଭଞ୍ଜନଗର ମୁଖ୍ୟ ରାସ୍ତାର ରଘୁନାଥ ମନ୍ଦିର ନିକଟ ବିଶ୍ରାମାଗାର ରୁ ଆଜି ସକାଳେ ପୋଲିସ ଜଣେ ଅସହାୟ ଯୁବତୀଙ୍କୁ ଉଦ୍ଧାର କରିଛି। ସୂଚନା ମୁତାବକ ଯୁବତୀଙ୍କ ନାମ ବାସନ୍ତୀ ସେଠୀ (୨୫) । ସେ କୌଣସି କାରଣରୁ ଘରଲୋକଙ୍କ ସହ ଅଶାନ୍ତି କାରଣରୁ ଘରୁ ଚାଲି ଆସିଥିଲେ। ଏକୁଟିଆ ବିଶ୍ରାମାଗାରରେ ବସି ମନଦୁଃଖରେ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଏସମ୍ପର୍କରେ ପୋଲିସ ଖବର ପାଇ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରି ଥାନାରେ ଘଟଣା ବିଷୟରେ ପଚାରି ତାଙ୍କୁ ବେଳଗୁଣ୍ଠା ନିକଟ ବଙ୍କା ଗ୍ରାମରେ ଥିବା ତାଙ୍କ ମାମୁ ଘରେ ନେଇ ଛାଡ଼ି ଥିବା ଜଣାପଡିଛି।