
The Union Minister for Women & Child Development and Minority Affairs, Smt. Smriti Irani interacting at ET Women Conclave 2023, in Gurugram on April 09, 2023.
ଆମେଠି, କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ତଥା ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ନିଜ ସଂସଦୀୟ କ୍ଷେତ୍ରର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ଆମେଠିରୁ ପାରିବାରିକ ସଂପର୍କ ଯୋଡିଥିବା ସ୍ମୃତି ଇରାନୀ ଏବେ ଆମେଠି ଜନପଦରୁ ଭୋଟର ହୋଇଛନ୍ତି ।
ଆମେଠି ଜନପଦ ମୁଖ୍ୟାଳୟ ଗୌରଗଂଜ ତହସିଲ ଏବଂ ବ୍ଲକ ଅନ୍ତର୍ଗତ ମେଦନ ମଭଇ ଗାଁରେ ନିଜ ଘର ନିର୍ମାଣ କରିବା ପରେ ସେ ଭୋଟର ହେବା ପାଇଁ ଆବେଦନ କରିଥିଲେ । ଏହାପରେ ତାଙ୍କୁ ମେଦନ ମଭଇ ଗାଁରୁ ଭୋଟର କରାଯାଇଛି । ଆମେଠିରୁ ଭୋଟର ହେବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଖୁସିବ୍ୟକ୍ତ କରିଛନ୍ତି ଏବଂ ଏହାକୁ ତାଙ୍କ ଜୀବନର ବଡ ଉପଲବ୍ଧି ବୋଲି କହିଛନ୍ତି । ଏହା ଦ୍ୱାରା ଆମ ସଂପର୍କକୁ ଆମେଠିରେ ଆହୁରି ମଜବୁତି ମିଳିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।