ନୂଆଦିଲ୍ଲୀ, ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ମାନୀୟା ରାଷ୍ଟ୍ରପତିଙ୍କ କରକମଳରେ ସମ୍ମାନନୀୟ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବା ନେଇ ହାର୍ଦ୍ଦିକ ଶୁଭକାମନା । ସମାଜ, ସଂସ୍କୃତି ଓ ସଭ୍ୟତାର ଉତ୍କର୍ଷ ପାଇଁ ପ୍ରତିକ୍ଷଣ ସମର୍ପିତ ରହିଥିବା ଆଡଭାତୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ମିଳିବା ପୁରା ଦେଶ ପାଇଁ ବିଶେଷକରି ବିଜେପି ବିଚାର ପରିବାର ପାଇଁ ଭାବୁକ ଓ ଗର୍ବ କରିବାର ମୁହୂର୍ତ୍ତ ଅଟେ । ଆଡଭାନୀ ତାଙ୍କର ଦୀର୍ଘ ସାର୍ବଜନୀନ ଜୀବନରେ ନିସ୍ୱାର୍ଥପର ଭାବରେ ଦେଶ ତଥା ଦେଶବାସୀଙ୍କ ସେବା କରିଥିଲେ । ତାଙ୍କର ଆଦର୍ଶ ଜୀବନ ଏବଂ ବିଚାରଧାର ପାଇଁ ତାଙ୍କ ସମର୍ପଣ କୋଟି କୋଟି ଦେଶବାସୀଙ୍କ ପାଇଁ ପ୍ରେରଣା ଉତ୍ସ ଅଟେ । ଆଡଭାନୀଙ୍କ ପରି ଅଦ୍ୱିତୀୟ ରାଷ୍ଟ୍ରସେବକଙ୍କୁ ଭାରତ ରତ୍ନ ସମ୍ମାନ, ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ତାଙ୍କର ବିରାଟ ଯୋଗଦାନକୁ ବିନମ୍ର ସମ୍ମାନ ଅଟେ ।
Related Stories
December 14, 2024
December 14, 2024