
ଧର୍ମଶାଳା- ବଡଚଣା ବ୍ଲକ ସୁଙ୍ଗୁଡା ଗ୍ରାମର ବରିÂ ସମାଜସେବୀ, ପରିବେଶବିତ, ସ୍ତମ୍ଭକାର, ସାହିତ୍ୟକ ତଥା ବୈଦୁ୍ୟତିକ ଗଣମାଧ୍ୟମର ଯାଜପୁର ଜିଲା ସାମ୍ବାଦିକ ଦଧିଚୀ ଅନିରୁଦ୍ଧ ସାମନ୍ତରାୟଙ୍କ ବିୟୋଗରେ ଶୋକସଭା ଅନୁÂିତ ହୋଇଯାଇଛି । ଚିର ସବୁଜ ବଡଚଣା ପକ୍ଷରୁ ଆଜି ଖଇରା ପଂଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶୋକସଭାରେ ଅନିରୁଦ୍ଧଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଚିର ସବୁଜ ବଡଚଣାର ସଭାପତି ବୈକୁଣ୍ଠ ନାଥ ବରାଳଙ୍କ ସଭାପତିତ୍ୱ ଓ ସଂପାଦକ ଡଃ. ପବନେଶ୍ୱର ଜେନାଙ୍କ ସଂଚାଳନାରେ ଆୟୋଜିତ ସଭାରେ ପଂଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ,ଜିଲାପରିଷଦ ସଭ୍ୟା ସୁମତୀ ବାସ୍କେ,ସମାଜସେବୀକା ମନୋରମା ଆଚାର୍ଯ୍ୟ,ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ,ଗାୟକ ସୌରଭ ରଜନୀକାନ୍ତ ପୃଷ୍ଟି,ସମାଜସେବୀ ଦିଲିପ ରାଉତ, ମନୋଜ ନାୟକ, ସୁଧାଶୁଂ ସାମଲ,ବିନୟ ପୃଷ୍ଟି, ଶିବପ୍ରସାଦ ରାଉତ,ପ୍ରସନ୍ନ ମହାରଣା,ବିଜୟ ପ୍ରଧାନ,ସ୍ମୃତିରଂଜନ ପ୍ରଧାନ,ପ୍ରଦୀପ୍ତ ପ୍ରଧାନ,ଦେବେନ୍ଦ୍ର ସାମଲ, ବୁଦ୍ଧିରାମ ବିଶ୍ୱାଳ, ଚିନ୍ମୟ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ । ସ୍ୱର୍ଗତ ସାମନ୍ତରାୟ ବହୁ ପ୍ରତିଭାର ଅଧିକାରୀ ହୋଇ ମଧ୍ୟ ସମସ୍ତଙ୍କୁ ଆପଣାର କରିପାରିଥିଲେ । ତାଙ୍କ ଅକାଳ ବିୟୋଗ କେବଳ ସାମ୍ବାଦିକ ଜଗତପାଇଁ ନୁହେଁ ,ସମଗ୍ର ବଡଚଣା ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ବହୁ ବକ୍ତା ମତବ୍ୟକ୍ତ କରିଥିଲେ ।