
ନୂଆପଡା- ନୂଆପଡା ଜିଲ୍ଲା ଖଡିଆଳ ସହରର ବାଦୀ ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ର ସୁମନ ଶବର ଜାତୀୟ ତୀରନ୍ଦାଜ ପ୍ରତିେଯାଗିତାରେ ବ୍ରୋଞ୍ଜ ମେଡାଲ ପାଇ ଜିଲାର ଗୌରବ ଆଣିଛନ୍ତି । ବାଦୀ ଆଦର୍ଶ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ ରତ ଛାତ୍ର ସୁମନ ଶବର ମଧ୍ୟପ୍ରଦେଶ ରାଜ୍ୟର ଉଜ୍ଜେନ ଠାରେ ଅନୁଷ୍ଠିତ ଜାତୀୟ ତୀରନ୍ଦାଜ ପ୍ରତିେଯାଗିତାରେ କୃତିତ୍ବ ଅର୍ଜନ କରି ଏହି ବ୍ରୋଞ୍ଜ ମେଡାଲ ପାଇଛନ୍ତି । ଏଥିରେ କୋଚ ଭାବରେ ଉଦୟ ମାଝୀ ପ୍ରତିନି୍ବ କରିଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ମହେଶ କୁମାର ଦଣ୍ଡସେନା, ବୋଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଇନ୍ଦ୍ରମଣି ପାଣିଗ୍ରାହୀ, ନୂଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ଖଡିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ ପତି, ବାଦୀ ଆଦର୍ଶ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଉଦୟ ମାଝୀ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଏହି ଅବସରରେ ଛାତ୍ରଙ୍କ ବାପା ଅନାମ ଶବର ଏବଂ ମାଁ ସୁଲୋଚନା ଶବର ମଧ୍ୟ ଉପସ୍ଥିତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO