
ନୂଆପଡା- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଭୂଲିଆସିକୁଆଁ ଗ୍ରାମରେ ଥିବା ଧାନମଣ୍ଡିରେଧାନ ବିକ୍ରୟ ନହୋଇ ମଣ୍ଡିରେ ଧାନ ପଡି ରହିଥିବା ଅଭିେଯାଗ ହେଉଛି । ଏହି ଧାନ କିଣିବା ପାଇଁ ଟେଣ୍ଡର ନେଇଥିବା ମିଲସର୍୍ଧାନ କିଣିବା ପାଇଁ ଆସୁନଥିବାରୁ ରାତ୍ର ସମୟରେ ଚାଷୀ ମାନେ ନିଜ ନିଜ ଧାନ ଅହୋରାତ୍ର ପ୍ରବଳ ଥଣ୍ଡାରେ ଜଗି ରହିବାକୁ ବାଧ୍ୟ ହେଉଛନ୍ତି ା ବର୍ମାନ ଭୂଲିଆସିକିଆଁ ମଣ୍ଡିରେ ୫୦୦ କୁାଲରୁ ଅଧିକ ଧାନ ପଡି ରହିଥିବା ଚାଷି ଅଭିେଯାଗ କରିଛି ା ଅନ୍ୟପକ୍ଷରେ ଗତ ୨ ଦିନ ଧରି ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଚାଷିଙ୍କୁ ଦାଉ ସାଧୁଥିବା ଅଭିେଯାଗ କରିଛନ୍ତି । ଫଳରେ ଚାଷିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମିଲର୍ସଧାନ କୁାଲ ପିଛା ୫ ରୁ ୭ କେଜି କଟନି କରୁଥିବାର ମଧ୍ୟ ଅଭିେଯାଗ ହୋଇଛି । ଏପରି ଅବ୍ୟବସ୍ଥା ଜିଲ୍ଲାର ଅଧିକାଂଶ ମଣ୍ଡିରେ ଦେଖାଦେଉଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଚାଷିଙ୍କ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।