
ଧର୍ମଶାଳା – ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ୧୨ ଦିନ ଧରି ଚାଲିଥିବା ବାଲିକା ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢିଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ଉଦଯାପନି ଉତ୍ସବରେ ଜୁନିୟର ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅବଦୁଲ ରୋଫ ଖାଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅଧ୍ୟାପକ ଅକ୍ଷୟ କୁମାର ସାହୁ,ଅମୂଲ୍ୟ କୁମାର ପତି, ସୌଭାଗ୍ୟ କୁମାର ସାହୁ,ସଂଜୟ କୁମାର ପ୍ରଧାନ,ଶିବ ପ୍ରଶାଦ ସାହୁ ପ୍ରମୁଖ ଯୋଗ ଦେଇ ଉତ୍ସାହମୂଳକ ଭାବେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବର ଆରମ୍ଭରେ ଅଧ୍ୟାପକ ରଶ୍ମିକାନ୍ତ ଦାସ ପ୍ରାରମ୍ବିକ ସଂଗୀତ ଗାନ କରିଥିବା ବେଳେ ଶିବିରର କାର୍ଯ୍ୟକ୍ରମ ଅଧିକାରୀ ତଥା ଖେଳ ଶିକ୍ଷକ ବିବେକାନନ୍ଦ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଶିକ୍ଷାର୍ଥୀ ଜ୍ୟୋତ୍ସ୍ନା ନନ୍ଦଙ୍କ ତତ୍ୱାବଧାନରେ ଛାତ୍ରୀମାନେ ଆତ୍ମରକ୍ଷା କୈାଶଳର ତାଲିମ ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ରୁହୁଲ ଅମିନ,ସୂର୍ଯ୍ୟକାନ୍ତ ରାଉତ,ଧର୍ମେନ୍ଦ୍ର ମହାନ୍ତି ଓ ସୁନିଲ ଓଝା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷା ପ୍ରତିପାଦନ ବିନୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।