ନୂଆଦିଲ୍ଲୀ– ବିଆରଏସ ନେତା କେ. କବିତାଙ୍କୁ ମିଳିଲାନି ସୁପ୍ରିମକୋର୍ଟରୁ ଆଶ୍ଵସ୍ତି । ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଟ୍ରାଏଲ କୋର୍ଟରେ ଜାମିନ୍ ଆବେଦନ ଦାୟର୍ କରିବାକୁ କହିଛନ୍ତି ।
କବିତା ନିଜର ଗିରଫଦାରୀ ଏବଂ ରିମାଣ୍ଡରେ ପଠାଯିବାର ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ । ଏହା ପୂର୍ବରୁ ମାର୍ଚ୍ଚ ୧୬ ତାରିଖରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ କବିତାଙ୍କୁ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । କବିତାଙ୍କୁ ମାର୍ଚ୍ଚ ୧୫ ତାରିଖରେ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା ।