ନୂଆଦିଲ୍ଲୀ, ହୋଲି ପର୍ବରେ ଯାତ୍ରୀଙ୍କ ସୁବିଧା ଓ ଅତିରିକ୍ତ ଭିଡକୁ ବ୍ୟବସ୍ଥିତ କରିବା ପାଇଁ ଭାରତୀୟ ରେଲୱେ ପକ୍ଷରୁ 540 ଅତିରିକ୍ତ ଟ୍ରେନର ଶୁଭାରମ୍ଭ ହୋଇଛି ।
ରେଳ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର କୁହାଯାଇଛି ଯେ, ଦିଲ୍ଲୀ-ପାଟଣା, ଦିଲ୍ଲୀ-ଭାଗଲପୁର, ଦିଲ୍ଲୀ- ମୁଜଫରପୁର, ଦିଲ୍ଲୀ- ସହରସା, ଗୋରଖପୁର-ମୁମ୍ବାଇ, କୋଲକାତା-ପୁରୀ, ଗୌହ୍ୱାଟୀ-ରାଂଚି, ନୂଆଦିଲ୍ଲୀ-ଶ୍ରୀ ମାତା ବୈଷ୍ଣେ ଦେବୀ କଟରା, ଜୟପୁର-ବାନ୍ଦ୍ରା ଟର୍ମିନସ, ପୁଣେ-ଦାନାପୁର, ଦୁର୍ଗ-ପାଟଣା, ବରୌନୀ-ସୁରଟ ପରି ରେଳ ମାର୍ଗରେ ସାରା ଦେଶର ପ୍ରମୁଖ ସ୍ଥଳକୁ ଯୋଡିବା ପାଇଁ ଟ୍ରେନ ଚଳାଇବାର ଯୋଜନା କରାଯାଇଛି ।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଅଣସଂରକ୍ଷିତ ଡବାରେ ଯାତ୍ରୀଙ୍କ ବ୍ୟବସ୍ଥିତ ପ୍ରବେଶ ପାଇଁ ରେଲୱେ ସୁରକ୍ଷା ବଳ କର୍ମଚାରୀଙ୍କୁ ଦେଖାଶୁଣା ପାଇଁ ଟର୍ମିନସ ଷ୍ଟେସନରେ ଲାଇନ କରି ଭିଡକୁ ନିୟନ୍ତ୍ରଣ କରିବାର ଉପାୟ ସୁନିଶ୍ଚିତ କରାଯାଉଛି । ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରମୁଖ ଷ୍ଟେସନରେ ଅତିରିକ୍ତ ଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି ।