ନୂଆଦିଲ୍ଲୀ, କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟା କହିଛନ୍ତି ଯେ, ଆଗାମୀ ଦିନରେ ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଫେଶନ ରୂପରେ ଆସିବାକୁ ଯାଉଛି । ଲୋକ ଯୋଗ ଏବଂ ଆୟୁର୍ବେଦିକ ଚିକିତ୍ସା ପଦ୍ଧତିର ମହତ୍ଵ ପୁଣି ଥରେ ବୁଝିବାକୁ ଲାଗିଲେଣି । ଏଥିପାଇଁ ଏହା ଆବଶ୍ୟକ ଯେ, ଏଲୋପ୍ୟାଥିକ ଚିକିତ୍ସା ପଦ୍ଧତି ଏବଂ ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଗୋଟିଏ ମଂଚକୁ ଆସୁ । ଏବଂ ମାନବ କଲ୍ୟାଣ ପାଇଁ ଦିଗ ଭାବେ କାର୍ଯ୍ୟ କରୁ ।
ସୋମବାର ଡଃ. ଅମ୍ବେଦକର ଇଂଟରନେଶନାଲ ସେଂଟରରେ ଆୟୋଜିତ ରାଷ୍ଟ୍ରୀୟ ଆୟୁର୍ବେଦ ବିଦ୍ୟାପୀଠର ୨୭ ତମ ଦୀକ୍ଷାନ୍ତ ସମାରୋହ ଏବଂ ୨୯ତମ ରାଷ୍ଟ୍ରୀୟ ସଂଗୋଷ୍ଠିର ଉଦଘାଟନ ସମାରୋହକୁ ସମ୍ବୋଧିତ କରି ଡା. ମନସୁଖ ମାଣ୍ଡଭିୟା ଏହା କହିଛନ୍ତି ।