ନୂଆଦିଲ୍ଲୀ, ଭାରତୀୟ ନବୀକରଣ ଶକ୍ତି ବିକାଶ ଏଜେନ୍ସୀ ଲିମିଟେଡ଼ (ଇରେଡା)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ପ୍ରଦୀପ କୁମାର ଦାସ ବିଶ୍ଵ ବ୍ୟାଙ୍କ ଦ୍ଵାରା ଆୟୋଜିତ ଏକ ଆନ୍ତର୍ଜାତିକ ୱେବିନାରରେ କହିଛନ୍ତି ଯେ, ଭାରତକୁ ନିଜର ସିଓପି ଜଳବାୟୁ ଦାୟୀତ୍ଵକୁ ସମ୍ପୂର୍ଣ୍ଣ କରିବା ପାଇଁ ୨୦୨୪-୨୦୩୦ ମଧ୍ୟରେ ୩୦ ଲକ୍ଷ କୋଟି ଟଙ୍କା ନିବେଶ କରିବା ଆବଶ୍ୟକ ।
କାର୍ଯ୍ୟକ୍ରମରେ ବୁଧବାର ନବିନତମ ଦକ୍ଷିଣ ଏସିଆ ବିକାଶ ଅପଡେଟ୍ ‘ଟୁବାଇ ଫାଷ୍ଟର, କ୍ଲିନର ଗ୍ରୋଥ‘ ଜାରି କରାଯାଇଛି । ଏହି ଅବସରରେ ଇରେଡା ର ସିଏମଡି ଭାରତର ରାଷ୍ଟ୍ରୀୟ ସ୍ତରରେ ନିର୍ଦ୍ଧାରିତ ଯୋଗଦାନ (ଏନଡିସି) ଲକ୍ଷ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ପର୍ଯ୍ୟାପ୍ତ ନିବେଶର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଛନ୍ତି । ସେ କହିଛନ୍ତି ଯେ, ନବିକରଣ ଶକ୍ତିର ବିକାଶ ଦିଗରେ ଭାରତ ବିଶ୍ଵରେ ରୋଲ୍ ମଡ଼େଲ୍ ସାଜିଛି ।