
ଭଦ୍ରକ – ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ମୃତୁ୍ୟ ଅସ୍ବଭାବିକ୍ ନଥିଲା। ଏହା ଏକ ହତ୍ୟାକାଣ୍ଡ ଥିଲା। ଏହି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଅଭିେଯାଗରେ ଭଦ୍ରକ ଗ୍ରାମାଳ ପୁଲିସ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏ ସµର୍କରେ ସµୂର୍ଣ୍ଣ ବିବରଣୀ ଦେଇ ନଥିଲେ ମଧ୍ଯ ୩ଅଭିଯୁକ୍ତ ବିରୁଦ୍ଧରେ ବଳିଷ୍ଠ ପ୍ରମାଣ ମିଳିଥିବାରୁ ସେମାନଙ୍କୁ ଗିରଫ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି କୈଳାସ ଚନ୍ଦ୍ର ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପୁଲିସ ତଥ୍ୟ ଅନୁଯାୟୀ ୩୧ତାରିଖ ରାତିରେ ରାତି ୩.୩୦ ସମୟରେ ଗ୍ରମାଳ ଥାନା ଅଧିନସ୍ଥ ଜଳଙ୍ଗା ଗ୍ରାମର ପ୍ରଶାନ୍ତ ବେହେରା ମୃତ ଯୁବକ ସତ୍ୟବ୍ରତ ଶିଅଳଙ୍କ ଘରେ ପହି ତାଙ୍କ ଦାଦା ଅମୂଲ୍ୟଙ୍କୁ ସତ୍ୟବ୍ରତ ଗଣ୍ଡଗୋଳ କରୁଥିବାର କହି ଡ଼ାକିଥିଲେ। କିନ୍ତୁ ଅମୂଲ୍ୟ ସେକଥାକୁ ଗୁରୁତ୍ବ ଦେଇ ନଥିଲେଚÿିନ୍ତୁ କିଛି ସମୟ ପରେ ପୁଣି ପ୍ରଶାନ୍ତ ଅମୂଲ୍ୟଙ୍କୁ ଜୋରଦଜବରଦସ୍ତ ଡ଼ାକିଥିଲେ। ଘଟଣାସ୍ଥଳ ୟୁକୋ ବ୍ୟାଙ୍କ ପଡ଼ିଆ ନିକଟରେ ପହିଲାବେଳକୁ ସତ୍ୟବ୍ରତ ମୃତବତ୍ ପଡ଼ିଥିଲେ ଓ ପ୍ରଶାନ୍ତଙ୍କ ମା’ ତା’ ମୁହଁରେ ପାଣି ଛାଟୁଛନ୍ତି। ତେଣୁ ଅମୂଲ୍ୟ ସତ୍ୟବ୍ରତକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ନେଇଯାଇଥିବାବେଳେ, ଡ଼ାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ମୃତ ଯୁବକର ଦାଦା ଅମୂଲ୍ୟ ଶିଅଳ ଏନେଇ ଥାନାରେ ଅଭିେଯାଗ କରି ପ୍ରଶାନ୍ତ, ତାଙ୍କ ଭାଇ ସୁଶାନ୍ତ ଓ ବନୁଆ ଶିଅଳ ସତ୍ୟବ୍ରତକୁ ମାରିଦେଇଛନ୍ତି ବୋଲି ଅଭିେଯାଗପତ୍ରରେ ଦର୍ଶାଇଥିଲେ। ତେବେ ପୁଲିସ ପାରପାଶ୍ର୍ବିକ ସ୍ଥିତି, ୟୁକୋ ବ୍ୟାଙ୍କ ସିସି କ୍ୟାମେରା ଓ ଅଟକ ଯୁବକ ପ୍ରଶାନ୍ତ, ସୁଶାନ୍ତ ଓ ସୁଶାନ୍ତଙ୍କ ପତ୍ନୀ ମିତାଙ୍କ ସ୍ବୀକାରୋକ୍ତି ଅନୁଯାୟୀ ପୁଲିସ ୧/୨୦୦୧୦ ମାମଲା ମୂଳେ ୩୦୨ ଦଫାରେ ଗିରଫ କରି କୋର୍ଟଚାଲାଣ କରିଛି। ତଦନ୍ତ ଚାଲିଛି। ୍ରଧିକ ତଥ୍ୟ ମିଳିଲେ ସୂଚନା ଦିଆଯିବ ବୋଲି ଶ୍ରୀ ପରିଡ଼ା କହିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଏସଡ଼ିପିଓ ସୁନିଲ ନନ୍ଦ, ଗ୍ରାମାଳ ଥାନାଧିକାରୀ ପ୍ରଭାଶଂୁ ମିଶ୍ର ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO